ବରଗଡ଼: ବିଜେପୁର ବିଧାନସଭା ଆସନ ଉପ ନିର୍ବାଚନ ପାଇର୍ ଆଜି ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଲୋକେ ଧାଡ଼ି ବାନ୍ଧି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ବରପାଲି ଓ ଗାଏସିଲେଟ୍ ବ୍ଲକ୍ର କେତେକ ବୁଥ୍ରେ ଇଭିଏମ ତ୍ରୁଟି ଯୋଗୁଁ ପ୍ରାୟ ୨ ଘଣ୍ଟା ଧରି ଭୋଟ୍ ଗ୍ରହଣ ବନ୍ଦ ରହିଛି।
ମିଳିଥିବା ସୂଚନା ଅନୁଯାୟୀ,ବରପାଲି ବ୍ଲକ୍ର ବୁଥ ନମ୍ବର ୨୦ ଓ ବୁଥ ନମ୍ବର ୧୪୧ରେ ଇଭିଏମ ଅଚଳ ଯୋଗୁଁ ଭୋଟ୍ ଗ୍ରହଣ ବନ୍ଦ ରହିଛି। ପ୍ରଶାସନ ପକ୍ଷରୁ ସେଠାରେ ନୂଆ ଇଭିଏମ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।
ସେହିପରି ଗାଏସିଲେଟ୍ ବ୍ଲକ୍ର ଚଙ୍ଗରିଆ, କେନ୍ଦୁଭଟା ଓ ଟୁଲପୁଲି ବୁଥ୍ରେ ମଧ୍ୟ ଭୋଟ୍ ଗ୍ରହଣ ବନ୍ଦ ରହିଛି। ଇଭିଏମରେ ତ୍ରୁଟି ଥିବାରୁ ସେଠାରେ ଇଜର୍ଭ ଇଭିଏମ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି।
ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଗାଏସିଲେଟ୍ ବ୍ଲକ୍ରେ ନିଜ ମତଦାନ ସାବ୍ୟସ୍ତ କରି ସାରିଥିବା ବେଳେ ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ବ୍ଲକ୍ରେ ନିଜ ଭୋଟ୍ ଦେଇଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବରପାଲି ଠାରେ ଭୋଟ୍ ଦେବାକୁ ନିଜ ସମର୍ଥକଙ୍କ ସହିତ ଆସି ବୁଥରେ ପହଞ୍ଚିଛନ୍ତି।
ବିଜେପୁର ଉପନିର୍ବାଚନ: ଇଭିଏମରେ ତ୍ରୁଟି ଯୋଗୁଁ କେତେକ ବୁଥରେ ଦୁଇଘଣ୍ଟା ଧରି ଭୋଟ୍ ଗ୍ରହଣ ବନ୍ଦ
/sambad/media/post_attachments/wp-content/uploads/2018/02/baragarh-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)