ଇଭିଏମ୍‌ ବିଭ୍ରାଟ, ମତଦାନ ବିଳମ୍ବିତ

କେନ୍ଦୁଝର : କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ଆଜି ମତଦାନ ବେଳେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଦେଖାଦେଇଥିଲା। ଅଧିକାଂଶ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ପାଇଁ ମତଦାନ ବିଳମ୍ବିତ ହୋଇଥିବା ସୂଚନା ମିଳିଛି। ସଦର ନିର୍ବାଚନମଣ୍ତଳୀର କାଶୀପୁରଠାରେ ଥିବା ବୁଥ୍‌ରେ ସକାଳେ ଇଭିଏମ୍‌ ଖରାପ ହେବା ଯୋଗୁଁ ଭୋଟ ଦାନ ବିଳମ୍ବ ହୋଇଥିଲା। ସେହିପରି ଗୋବିନ୍ଦପୁର, ମାଗୁରଗାଡିଆ, ସଲରାପେଣ୍ଠ, ମହାଦେଇଯୋଡା, ରାଇସୁଆଁ ବୁଥ୍‌ର ବାରମ୍ବାର ଇଭିଏମରେ ତ୍ରୁଟି ଦେଖାଦେବାରୁ ମତଦାନ ବିଳମ୍ବ ହୋଇଥିଲା। ବିଶେଷକରି ମଡେଲ ବୁଥ୍‌ ରାଇସୁଆଁରେ ପ୍ରାୟ ୫ରୁ ଅଧିକ ଥର ଇଭିଏମ୍‌ ଖରାପ ହୋଇଥିଲା। ଚମ୍ପୁଆ ନିର୍ବାଚନମଣ୍ତଳୀର ବିରିଗଳା ପଞ୍ଚାୟତ ଡଢ଼ୁଆାଁ ଗାଁର ୬, ୭ ଓ ୮ ନମ୍ବର ବୁଥ୍‌ରେ ଇଭିଏମ ଖରାପ ଥିବା ବେଳେ ବନେଇକଳାର ୮୮ ନମ୍ବର ବୁଥ୍‌, ଲଇଡାପଦା ପଞ୍ଚାୟତରା କାଟେସାହିର ୮୪ ନମ୍ବର ବୁଥ୍‌ରେ ଇଭିଏମ୍‌ ଖରାପ ହୋଇଥିଲ।

ସେହିପରି ଚମ୍ପୁଆ ନିର୍ବାଚନମଣ୍ତଳୀର ଟୋଲକନଣ୍ତା ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଥିବା ବେଳେ ମହତାବ ହାଇସ୍କୁଲଠାରେ ହୋଇଥିବା ବୁଥ୍‌, ମକ୍ତବ ବିଦ୍ୟାଳୟ ବୁଥ, ଚମ୍ପୁଆ ବାଳକ ବିଦ୍ୟାଳୟରେ ଥିବା ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଥିଲା। ସେଥିପାଇଁ ଏଠାରେ ମତଦାନ ବିଳମ୍ବ ହୋଇଥିଲା।

ତେଲକୋଇ ନିର୍ବାଚନମଣ୍ତଳୀର ତେଲକୋଇ ବ୍ଳକର ଚନ୍ଦ୍ରଶେଖରପୁରର ୧୦୦ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି ପାଇଁ ଦୁଇ ଘଣ୍ଟା ବିଳମ୍ବରେ ମତଦାନ ହୋଇଥିବା ବେଳେ ଖୁଣ୍ଟାପଡାର ୧୨୫ ନମ୍ବର ବୁଥ୍‌, ସରୁଆଳି, ସଲେଇକେନା , ଦାମୋଦରପୁର ବୁଥ୍‌ରେ ଇଭିଏମ୍‌ ଖରାପ ଯୋଗୁଁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ମତଦାନ ବିଳମ୍ବ ହୋଇଥିଲା। ସେହିପରି ତେଲକୋଇ ନିର୍ବାଚନମଣ୍ତଳୀ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକର ଭଗାମୁଣ୍ତା,ସତ୍ୟପାଳ, ଆଖୁପାଳ, ବଡ଼ପଳାସପାଳ, ତେନ୍ତଳାପଶି, ବଡ଼କମଣ୍ତରା, ବଡ଼ ଧନୁର୍ଜୟପୁର, ଅଲଣାପଦା, ମିଶ୍ରମାଳ, ବଲାଣିପଶି, ମହୁଲପଙ୍ଗା, ବାଙ୍ଗୁରତୋଳି, କାଳିମାଟିଠାରେ ଥିବା ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଥିବା ଯୋଗୁଁ ମତଦାନ ବିଳମ୍ବ ହୋଇଥିଲା। ସେହିପରି ତେଲକୋଇ ନିର୍ବାଚନମଣ୍ତଳୀର ବା˚ଶପାଳ ବ୍ଲକ ୧୯ ନମ୍ବର ବୁଥ୍‌, ୩୫ ନମ୍ବର ବୁଥରେ ଇଭିଏମ୍‌ ତ୍ରୁଟି ହେବା କାରଣରୁ ମତଦାନ ବିଳମ୍ବ ହୋଇଥିଲା। ପାଟଣା ନିର୍ବାଚନମଣ୍ତଳୀର ଝୁମ୍ପୁରା ବ୍ଲକର ଟୁକୁଡହାରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବିତ ହୋଇଥିଲା।

ସେହିପରି ଘଷିପୁରା ନିର୍ବାଚନମଣ୍ତଳୀର ଘଟଗାଁ ବ୍ଲକର ପଟିଲୋ, ପଟାବାରି, ହଳଧରପୁର, ଖଣ୍ଟଘର, ପଇଦାପାଟଣା ଆଦି ବୁଥ୍‌ରେ ଇଭିଏମ୍‌ ତ୍ରୁଟିରୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଆନନ୍ଦପୁର ନିର୍ବାଚନମଣ୍ତଳୀର ହାଟଡିହି ବ୍ଲକର ବଞ୍ଚୋର ୧୨୫ ନମ୍ବର ବୁଥ, ୧୨୪ ନମ୍ବର ବୁଥ୍‌, ଆୟତ୍ତପୁରର ୨୮୯ ନମ୍ବର ବୁଥ୍‌, ଗୋପାଳପୁରର ୧୩୨ ନମ୍ବର ବୁଥ୍‌, ଅଁରାର ୨୪୯ ଓ ୨୫୦ ନମ୍ବର ବୁଥ୍‌, ବାଲିବରେଇର ୨୧୯ ନମ୍ବର ବୁଥ୍‌, ରାଘବପୁରର ୨୯୦, ସଢ଼ାର ୨୩୫ ନମ୍ବର ବୁଥ୍‌, ହଦଗଡର ୨୦୦ ନମ୍ବର ବୁଥ୍‌, ଓରାଳି, ନନ୍ଦିପଦା, ଆମ୍ବୋ ବୁଥ୍‌ରେ ଇଭିଏମ୍‌ ତ୍ରୁଟି ପାଇଁ ସାମୟିକ ଭାବେ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

ସମ୍ବନ୍ଧିତ ଖବର