ପୁରୀରେ ଇଭିଏମ୍‌ ଯାଞ୍ଚ୍‌ ଆରମ୍ଭ, ନିୟୋଜିତ ହେଲେ ୬୦ ଟିମ୍‌

ପୁରୀରେ ଇଭିଏମ୍‌ ଯାଞ୍ଚ୍‌ ଆରମ୍ଭ, ନିୟୋଜିତ ହେଲେ ୬୦ ଟିମ୍‌

ପୁରୀ : ପୁରୀ ଜିଲ୍ଲାକୁ ଗତ ୪ ତାରିଖରେ ହାଇଦ୍ରାବାଦସ୍ଥିତ ଏସିଲ୍‌(ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌) କମ୍ପାନିରୁ ଆସିଥିବା ନୂଆ ଇଭିଏମ୍‌ ବା ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନର ଯାଞ୍ଚ୍‌ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି।

ଆଜି ପୂର୍ବାହ୍ନରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ପ୍ରଥମେ ଇଭିଏମ୍‌ ଗୋଦାମ ଖୋଲାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ଏହି ମେସିନ୍‌ଗୁଡ଼ିକର ଯାଞ୍ଚ୍‌ କରାଯାଉଛି। ପିକେଡିଏର ସମ୍ପାଦକ ଡ. ଲଲାଟେନ୍ଦୁ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଓ ଓଡ଼ିଶା ପ୍ରଶାସନିକ ସେବାର ପ୍ରୋବେସନର ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ୬୦ଟି ଟିମ୍‌ ମାଧ୍ୟମରେ ଏହାକୁ ଯାଞ୍ଚ୍‌ କରାଯାଉଛି। ଏସିଲ୍‌ର ସେକ୍ସନ ଅଧିକାରୀ ପବନ କୁମାର ଭଟ୍ଟର ସୁପରଭାଇଜିଂ ଅଧିକାରୀ ଭାବେ ଏସିଲ୍‌ ପକ୍ଷରୁ ଯୋଗ ଦେଇଛନ୍ତି। ଟେଷ୍ଟିଂରେ ଯେଉଁ ମେସିନଗୁଡ଼ିକରେ ସମସ୍ୟା ଥିବ, ତାହାକୁ ଏସିଲ୍‌ର ଇଞ୍ଜିନିୟରମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ୪୧୦୦ ବାଲାଟ ୟୁନିଟ୍‌ ଓ ୪୧୦୦ କଣ୍ଟ୍ରୋଲ୍‌ ୟୁନିଟ୍‌, ଏପରି ମୋଟ୍‌ ୮ହଜାର ୨ଶହ ଇଭିଏମ୍‌ ପୁରୀରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ପେଣ୍ଠକଟାସ୍ଥିତ ଇଭିଏମ୍‌ ଗୋଦାମରେ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe