ଭୁବନେଶ୍ବର : ଭୁବନେଶ୍ବର ଏଜି ଅଫିସ୍ର ଅବସରପ୍ରାପ୍ତ ଆକାଉଣ୍ଟ୍ସ ଅଫିସର କାଶୀନାଥ ରଥ(୮୮)ଙ୍କର ୟୁନିଟ୍-୪ ମଧୁସୂଦନ ନଗରସ୍ଥିତ ବାସଭବନରେ ଗତ ୬ତାରିଖ ଦିନ ପରଲୋକ ହୋଇଯାଇଛି। ଶେଷ ସମୟରେ ତାଙ୍କ ନିକଟରେ ପୁଅ ଡାକ୍ତର ଲୋକନାଥ ରଥ, ସତ୍ୟନାରାୟଣ ରଥ ଓ ତିନି ଝିଅଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲା ବୀର ରାମଚନ୍ଦ୍ରପୁରର କାଶୀନାଥ ଚାକିରୀରୁ ଅବସର ନେବା ପରେ ଭୁବନେଶ୍ବରରେ ବସବାସ କରୁଥିଲେ। ସେ ବିଭିନ୍ନ ଆଧ୍ୟାତ୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ପୂର୍ବତନ ଆକାଉଣ୍ଟ୍ସ ଅଫିସରଙ୍କ ପରଲୋକ
/sambad/media/post_attachments/wp-content/uploads/2019/03/acc-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)