ପାଣିରେ ବୁଡ଼ି ପୂର୍ବ ସେନା କର୍ମଚାରୀ ମୃତ

ଚୁଆରେ ବୁଡ଼ି ଶିଶୁ ମୃତ

ସଇଁତଲା : ସଇଁତଲା ସ୍ଥିତ ଧନେଇ ବନ୍ଧକୁ ରବିବାର ସକାଳୁ ଗାଧୋଇବାକୁ ଯାଇ ଜଣେ ପୂର୍ବ ସେନା କର୍ମଚାରୀ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ କଅଁସର ପଡ଼ାରେ ରହୁଥିବା ପୂର୍ବତନ ସେନା କର୍ମଚାରୀ ବୀରେନ୍ଦ୍ର ଭୋଇ (୬୫) ଆଜି ସକାଳୁ ଧନେଇବନ୍ଧକୁ ଗାଧୋଇବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ପାଣିରେ ବୁଡ଼ି ଯାଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ସଇଁତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୀରେନ୍ଦ୍ରଙ୍କ ଶବକୁ ଉଦ୍ଧାର କରିବା ପୋଷ୍ଟମର୍ଟମ ପାଇଁ ଟିଟିଲାଗଡ଼ ପଠାଇଥିଲେ। ଅପରାହ୍ନରେ ସ୍ଥାନୀୟ ଲାନ୍ଥନଦୀ କୂଳରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପୁତୁରା ବୁଲୁ ଭୋଇ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ସଇଁତଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଚୁଆରେ ବୁଡ଼ି ଶିଶୁ ମୃତ
ଆନନ୍ଦପୁର : ଆନନ୍ଦପୁର ପୌରପାଳିକାର ୧୦ନମ୍ବର ୱାର୍ଡ ଫକିରପୁରରେ ଚୁଆ ପାଣିରେ ବୁଡ଼ିଯାଇ ଜଣେ ୫ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ବୁଦ୍ଧିଆ ଜେନାଙ୍କ ଝିଅ ମାମୁନି ଜେନା। ଆଜି ଅପରାହ୍‌ଣରେ ମାମୁନି ଘର ବାଡ଼ିପଟରେ ଥିବା ଚୁଆକୁ ଯାଇଥିବାବେଳେ ବୁଡ଼ି ଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ପାଇଥିଲେ। ତାକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର