ବ୍ରହ୍ମପୁର ମେୟର ପଦ ହରାଇବା ମାମଲା : ହାଇକୋର୍ଟ ଗଲେ କେ.ମାଧବୀ

କଟକ : ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଅଦାଲତଙ୍କ ନିର୍ଦ୍ଦେଶରେ ପଦ ହରାଇଥିବା ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ମେୟର କେ.ମାଧବୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ବିରୋଧରେ ନିମ୍ନ ଅଦାଲତରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ପକ୍ଷରୁ ଦାୟର ମାମଲାର ବିଚାର ପ୍ରକ୍ରିୟାକୁ ସେ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ଶ୍ରୀ ଦାଶ ରୁଜୁ କରିଥିବା ମାମଲା ଗ୍ରହଣଯୋଗ୍ୟ ହୋଇ ନଥିବା ବେଳେ ଏହାର ଶୁଣାଣି କରି ଅଦାଲତ ତାଙ୍କ ସଭ୍ୟପଦ ରଦ୍ଦ କରିବା ଆଇନ ସମ୍ମତ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ ଯେ ମେୟର ମାଧବୀ ମିଥ୍ୟା ସତ୍ୟପାଠ ଦେଇଥିବା ଏବଂ ସେ ଓଡ଼ିଆ ଲେଖି ପଢ଼ି ପାରୁନଥିବା ସହ ତାଙ୍କର ଦୁଇ ଜଣ ସ୍ୱାମୀ ଥିବା ଶ୍ରୀ ଦାଶ ଅଦାଲତରେ ଅଭିଯୋଗ କରିଥିଲେ। ଅଦାଲତରେ ଶୁଣାଣି ସମୟରେ ଉଭୟ ପକ୍ଷର ଯୁକ୍ତି ଶୁଣାଯିବା ସହ ମାଧବୀଙ୍କ ଦୁଇ ସ୍ୱାମୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଏହାପରେ କୋର୍ଟ ମାଧବୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର