ଭଦ୍ରକ: ଘରେ ପଶି ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଘରୁ ଲୁଟ୍ ଉଦ୍ୟମ ବେଳେ ଛୁରାମାଡ଼ ହୋଇଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ପରେ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିଲେ, ଛୁରାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ପୂର୍ବରୁ ଦୁର୍ବୃତ୍ତମାନେ ମଧ୍ୟ ବାରମ୍ବାର ଚୋରି ଉଦ୍ୟମ କରୁଥିଲେ। ଭଦ୍ରକ ସହରର ଚାରିଘରିଆ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ ଦେଖିବା ପାଇଁ ମିଳିଛି। ଘରେ ପଶି ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରଘୁନାଥ ପାଢ଼ୀଙ୍କ ଘରୁ ଲୁଟ୍ ଉଦ୍ୟମ ଅସଫଳ ହେବାରୁ ତାଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ଭୋର ସମୟରେ ଏମିତି ଘଟଣା ଘଟିଛି। ଡାକ୍ତର ରଘୁନାଥ ପାଢ଼ୀଙ୍କ ଦେହରେ ୭ରୁ ଅଧିକ ସ୍ଥାନରେ ଆଘାତ ହୋଇଛି। ଯୋଗ କରିବା ପାଇଁ ସେ ଛାତକୁ ଯାଉଥିବା ବେଳେ ହଠାତ ଆକ୍ରମଣ କରିଥିଲେ ଲୁଟେରା। ତେବେ ପୂର୍ବରୁ ମଧ୍ୟ ବହୁଥର ଲୁଟ ହୋଇଛି। ଅକ୍ଟୋବର ମାସରେ ତାଙ୍କର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ବେଳେ ପୁଣି କିଛିଦିନ ତଳେ ଦାମୀ ଘଡ଼ି ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି।