ଗଞ୍ଜାମ : ରାଜ୍ୟ କୃଷି, କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଗଞ୍ଜାମର ଜଣେ ଟାଣୁଆ ନେତା ରୂପେ ପରିଚିତି ପଣ୍ଡା ୧୯୯୦ ମସିହାରେ ବିଜୁବାବୁଙ୍କ ଅତିନିକଟତର ହୋଇଥିବା ବେଳେ ସେ ସମୟରେ ଜିଲ୍ଲା ଜନତା ଦଳ ସଭାପତି ଓ ରାଜ୍ୟ ଜଳସେଚନ ନିଗମର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ। ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ରୂପେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭଳି ସମ୍ମାନଜନକ ପଦବିରେ ରହିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ(ରାଷ୍ଟ୍ରମନ୍ତ୍ରୀ ପାହ୍ୟା) ହୋଇ ରାଜ୍ୟ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାରେ ଉଦ୍ୟମ ଜାରି ଜାରି ରଖିଥିଲେ। ପରେ ରାଜ୍ୟ ସରକାର ତାଙ୍କୁ କୃଷି ବିପଣନ ବୋର୍ଡ଼ର ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ବର୍ତ୍ତମାନ ରାଜ୍ୟ କୃଷି, କୃଷକ ଓ ସଶକ୍ତୀକରଣ ବିଭାଗର ଉପଦେଷ୍ଟା କରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଥିବାରୁ ଶ୍ରୀ ପଣ୍ଡା ବିକାଶ ଧାରାକୁ ଆହୁରି ଆଗକୁ ନେବେ ବୋଲି କହିଛନ୍ତି।
ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା
/sambad/media/post_attachments/wp-content/uploads/2023/02/6da78193-dd62-424a-b823-867595d924ee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)