ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲା: ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଥାନାରେ ଅଟକ

Advertisment
ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲା: ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଥାନାରେ ଅଟକ

ବଲାଙ୍ଗୀର/ସଇଁତଳା: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଭଦ୍ରା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ମାମଲାରେ ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁ ସଇଁତଳା ଥାନାରେ ଅଟକ ଅଛନ୍ତି। ପୁଲିସ ଶ୍ରୀ ସାହୁଙ୍କୁ ଥାନାରେ ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର-ନଭେମ୍ୱର ଓ ଚଳିତ ଡିସେମ୍ବର ମାସରେ  ଭଦ୍ରା ପଞ୍ଚାୟତକୁ ଆସିଥିବା ପିଡିଏସ୍‌ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଗଣମାଧ୍ୟରେରେ ଲଗାତାର ଭାବେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗର ମିଳିତ ଭାବେ ତଦନ୍ତ କରି ୯୭ କ୍ଵିଣ୍ଟାଲ ଚାଉଳ ଆତ୍ମସାତ ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସଇଁତଳା ବିଡିଓ ବିନୟ କୁମାର ଭୋଇଙ୍କ ନିର୍ଦ୍ଦେଶ କ୍ରମେ ସଇଁତଳା ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ସଇଁତଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ସଇଁତଳା ପୁଲିସ ଭଦ୍ରା ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରିୟ ସାହୁଙ୍କୁ ତାଙ୍କ ନିଜ ଗ୍ରାମ ତୁଷୁରା ଅଞ୍ଚଳରୁ ଉଠାଇ ଆଣି ସଇଁତଳା ଥାନାରେ ଅଟକ ରଖି ପଚରାଉଚରା ଜରିରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ଉକ୍ତ ପଞ୍ଚାୟତର ଯୋଗାଣ ସହାୟକ ସତ୍ୟ ଛତ୍ରିଆ ଫେରାର ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe