ପୂର୍ବତନ ଗ୍ରାମ ରୋଜଗାର ଶ୍ରମିକଙ୍କୁ ବର୍ଷେ ଜେଲ୍‌

କଟକ : ମୟୂରଭଞ୍ଜ ବହଳଦା ବ୍ଲକ୍‌ ଗିଡ଼ିଘାଟି ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ ମନୋରଂଜନ ମହନ୍ତଙ୍କୁ ବର୍ଷେ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ୨୦୧୪ ମାର୍ଚ୍ଚ ୧୯ ତାରିଖରେ ତିରିଙ୍ଗି ଥାନା ଅନ୍ତର୍ଗତ ଗୟଳକଟାଠାରେ ଏକ ରାସ୍ତା ମରାମତି ପାଇଁ ଅଗ୍ରୀମ ବିଲ୍‌ ପାସ୍‌ କରାଇବାକୁ ମନୋରଂଜନ ଅଭିଯୋଗକାରୀ ରମେଶ କିସ୍କୁଙ୍କଠୁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେତେବେଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଭିଜିଲାନ୍ସ ଇନ୍ସପେକ୍ଟର ପ୍ରଦୀପ କୁମାର ସାମଲ ଘଟଣାର ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପିପି କେ.ସି. ଶତପଥୀ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର