କରୋନାରେ ମୃତ ୧୭ କର୍ମଜୀବୀ ସାମ୍ବାଦିକଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁର ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର: ବିଗତ ଦିନରେ କରୋନା ଭାଇରସ ସଂକ୍ରମଣରେ ମୃତ ରାଜ୍ୟର ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି । କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ଏହି ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ୫୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ରାଜ୍ୟ ସରକାର କୋଭିଡ-୧୯ରେ ମୃତ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିିଥିଲେ ।

କେଉଁମାନେ ପାଇବେ ସହାୟତା

-ପ୍ରଦୀପ କିଶୋର ସାହୁ, ସମ୍ବାଦ, ଗଂଜାମ
-ଗୋବିନ୍ଦ ବେହେରା, ଟିଭି ନିଉଜ ୬(ୱେବ), ଗଂଜାମ
-କିଶୋର ଚନ୍ଦ୍ର ଦାଶ, ସମାଜ, ଗଂଜାମ
-ନରେଶ କୁମାର ବେହେରା, ଓଡ଼ିଶା ଫାଇଲ୍ସ, ଗଂଜାମ
-ରତ୍ନାକର ମହାରଣା, କଳିଙ୍ଗ ଜ୍ୟୋତି, ଗଂଜାମ
-ନୀଳୟ ରଂଜନ ପଟ୍ଟନାୟକ, ବ୍ଲକ ପ୍ରତିନିଧି, ଗଂଜାମ
-କରୁଣାକର ସାହୁ, ଅନୁପମ ଭାରତ, ଗଂଜାମ
-ମାନସ ଜୟପୁରିଆ, ଜି-ଓଡ଼ିଶା, ଭୁବନେଶ୍ୱର
-ବସନ୍ତ ଦାସ, ମୁକ୍ତବୃତ୍ତି ସାମ୍ବାଦିକ , ଭୁବନେଶ୍ୱର
-ବିଜୟନ ଲକ୍ଷ୍ମୀ ମହାନ୍ତି, ଆଜିକାଲି, ଭୁବନେଶ୍ୱର
-ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱର
-ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ବାଦ, ବଲାଙ୍ଗୀର
-ଯତୀଶ ଚନ୍ଦ୍ର ଖମାରୀ, ସମ୍ବାଦ, ବଲାଙ୍ଗୀର
-କୈଳାଶ ଚନ୍ଦ୍ର ସାହୁ, ପ୍ରଗତିବାଦୀ, ବଲାଙ୍ଗୀର
-ଅଶୋକ କୁମାର ସାହୁ, ମଂଥନ, ଯାଜପୁର
-ପ୍ରଭାତ କୁମାର ରାଉତରାୟ, ଲୋକ ସଂପର୍କ, ଯାଜପୁର
-ଭାନୁପ୍ରକାଶ ରଥ, ନକ୍ଷତ୍ର ଟିଭି, କଳାହାଣ୍ଡି

ଅନ୍ୟପଟେ କୋଭିଡରେ ମୃତ୍ୟୁବରଣ କରିଥିବା ଆଉକିଛି ସାମ୍ବାଦିକଙ୍କ ପ୍ରସ୍ତାବ ମଧ୍ୟ ବିଭାଗର ବିଚାରାଧିନ ରହିଛି । ଖୁବଶୀଘ୍ର ଯୋଗ୍ୟ ବିବେଚିତ ପ୍ରସ୍ତାବ ଗୁଡିକୁ ମଞ୍ଜୁର କରାଯାଇ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର