ବାଲେଶ୍ବର: ଦୀର୍ଘଦିନ ପରେ କ୍ରାଇମବ୍ରାଞ୍ଚ୍‌ ପୁଲିସ ହାତରେ ଧରାପଡ଼ିଛନ୍ତି ଜଳେଶ୍ବରର ଜଣେ ଥାନାବାବୁ। ସେ ହେଉଛନ୍ତି ପୂର୍ବତନ ଆଇଆଇସି ଧନେଶ୍ବର ସାହୁ। ଆଜି ସକାଳେ କ୍ରାଇମବ୍ରାଞ୍ଚ ଟିମ୍‌ ସଦଳବଳେ କଟକ ନରସିଂହପୁର ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Advertisment

୨୦୨୦ ମସିହାରେ ଶ୍ରୀ ସାହୁ ଜଳେଶ୍ବର ଥାନାରେ ଆଇଆଇସି ଥିଲେ। ଏହି ସମୟ​ରେ ବେଳେ ସେଠାରେ କିଛି ବ୍ରାଉନସୁଗାର ମାଫିଆଙ୍କ ସହ ନିୟମିତ ଯୋଗସୂତ୍ର ସ୍ଥାପନ କରୁଥିବା ଏକ ଅଡିଓ କ୍ଲିପ୍‌ ସର୍ବସାଧାରଣରେ ପ୍ରଘଟ ହୋଇଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ବାଲେଶ୍ବର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ପରେ ଡିଜିପି ତାଙ୍କୁ ଚାକିରିରୁ ନିଲମ୍ବନ କରିବା ସହ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ଏବଂ ଘଟଣା ପର ଠାରୁ ଶ୍ରୀ ସାହୁ କୁଆଡ଼େୁ ଫେରାର ହୋଇଯାଇଥିଲେ। ତେବେ ବିଶ୍ବସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି, ଦୀର୍ଘଦିନ ପରେ ଆଜି ସକାଳେ କଟକ ଜିଲ୍ଲା ନରସିଂହପୁରରୁ କ୍ରାଇମବ୍ରାଞ୍ଚ ପୁଲିସ ତାଙ୍କ ତାଙ୍କ ଗିରଫ କରିଥିବା ସୂଚନା ମିଳିଛି।