ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା ପୂର୍ବତନ ପ୍ରେମିକ, ବନ୍ଧାହୋଇ ଗଲା ଜେଲ୍‌

ରାଉରକେଲା: ବିବାହିତା ମହିଳାଙ୍କୁ ବ୍ଲାକମେଲିଂ କରିବା ପୂର୍ବ ପ୍ରେମିକଙ୍କୁ ମହଙ୍ଗା ପଡିଛି। ପ୍ଲାଣ୍ଟପାଇଟ୍‌ ପୁଲିସ ଅଭିଯୁକ୍ତ ପ୍ରେମିକ ଅଜୟ ରାମ (୨୫)କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଗାନ୍ଧିରୋଡରେ ମହିଳାଙ୍କ ସହ ଗତ ୨୦୧୫ରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଅଜୟ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ମହିଳା ଜଣକ ବିବାହ କରିବାକୁ ଅଜୟକୁ କହିଥିଲେ। ମାତ୍ର ଅଜୟ ତାଙ୍କୁ ବିଭିନ୍ନ ଆଳ ଦେଖାଇ ମାସ ପରେ ମାସ ସମୟ ଗଡାଇ ଚାଲିଥିଲେ।‌ ଶେଷରେ ମହିଳା ଜଣଙ୍କ ବିବାହ କରିବାକୁ ଜିଦ୍‌ ଧରିଥିଲେ। ଅଜୟ ବିବାହ କରିବାକୁ ରୋକଠୋକ୍‌ ମନା କରିଦେଇଥିଲେ। ଶେଷରେ ମହିଳା ଜଣଙ୍କ ଅନ୍ୟ ଜଣେ ଯୁବକଙ୍କୁ ବିବାହ କରିଥିଲେ। ଅଭିଯୁକ୍ତ ଅଜୟ ମହିଳାଙ୍କ ସ୍ବାମୀଙ୍କୁ ତାଙ୍କ ସହ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଓ ଭିଡିଓ ପଠାଇ ଧମକଚମକ ଦେଉଥିଲେ। ମହିଳା ଜଣଙ୍କ ଅଜୟକୁ ଏଭଳି କରିବାକୁ ମନା କରିଥିଲେ। ମାତ୍ର ଅଜୟ ତାଙ୍କର କୌଣସି କଥା ଶୁଣିନଥିଲେ। ଶେଷରେ ମହିଳା ଜଣକ ଅଜୟଙ୍କ ନାଁରେ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର