ପୂର୍ବତନ ମନ୍ତ୍ରୀ ମୁରଲି ଗୁରୁଙ୍କ ପରଲୋକ

ବଲାଙ୍ଗୀର : ପୂର୍ବତନ ମନ୍ତ୍ରୀ ମୁରଲୀ ଗୁରୁଙ୍କ ଗୁରୁବାର ସଂଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।

ଜଣେ ସରଳ, ଅମାୟିକ ଅଣକଂଗ୍ରେସୀ ରାଜନେତା ଭାବେ ଜଣାଶୁଣା ସ୍ୱର୍ଗତ ଗୁରୁଙ୍କ ଜନ୍ମ ବଲାଙ୍ଗୀର ବରପାଲିପଡ଼ାରେ ୧୯୩୪ ଗାନ୍ଧି ଜୟନ୍ତୀରେ ହୋଇଥିଲା। ଦୀର୍ଘ ଦିନ ଧରି ଆଇନଜୀବୀ ଭାବେ କାମ କରିଥିବା ଶ୍ରୀ ଗୁରୁ ୧୯୭୭ ନିର୍ବାଚନରେ ବଲାଙ୍ଗୀର ସଦର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିଛିଦିନ ପାଇଁ ମନ୍ତ୍ରୀ ମଧ୍ୟ ହୋଇଥିଲେ। ପରେ ୧୯୭୯ ଅକ୍ଟୋବରରେ ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ କୃଷି ଓ ଆଇନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା। ୧୯୯୦ରେ ସେ ହସ୍ତତନ୍ତ ନିଗମର ଅଧ୍ୟକ୍ଷ ହୋଇଥିଲେ। କିଛି ବର୍ଷ ତଳେ ବିଜେପିରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର