ଢେଙ୍କାନାଳ: ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ. ପୂର୍ବତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ଓଡାପଡା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ସଦର ବ୍ଲକ ସଭାପତି ଅଖିଳ ମୋହନ ଖୁଣ୍ଟିଆ ଓ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଏବଂ ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।
ସେମାନେ କହିଛନ୍ତି ଯେ ସେମାନଙ୍କୁ ଦଳରେ ଅଣଦେଖା କରାଯାଉଛି। ତାଛଡ଼ା ନୂତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ସେମାନଙ୍କୁ ଭଲ ଲାଗୁନଥିବାରୁ ଦଳ ଛାଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/e1bcb3fd-e94d-495f-b8c7-fa751072c263.jpeg)