ଭୁବନେଶ୍ବର: କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କର ପରଲୋକ ହୋଇଛି। ଭୁବନେଶ୍ବର ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ କାକଟପୁର ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସୁରେନ୍ଦ୍ର ନାୟକ କୃଷି ଓ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ। ୧୯୭୭ ମସିହାରେ ଶ୍ରୀ ନାୟକ ଥିଲେ ବିଧାନସଭାର ଉପବାଚସ୍ପତି।
ଉଲ୍ଲେଖଯୋଗ୍ୟ, ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ୨୦୧୯ ମସିହାରୁ ଶ୍ରୀ ନାୟକ ଅସୁସ୍ଥ ଥିଲେ। କିନ୍ତୁ ନିୟମିତ ଗୀତା ଓ ଗାନ୍ଧୀ ସାହିତ୍ୟ ପଢ଼ୁଥିଲେ। ଗଣମାଧ୍ୟମରୁ ରାଜ୍ୟ ତଥା ଦେଶର ଖବର ରଖୁଥିଲେ। ଅସୁସ୍ଥତା ସତ୍ତ୍ୱେ ନିଜର ପୂର୍ବ ନିର୍ବାଚନମଣ୍ଡଳୀ କାକଟପୁର, ଅସ୍ତରଙ୍ଗ ସମେତ ଅନ୍ୟ ଅଞ୍ଚଳର ବନ୍ଧୁମାନଙ୍କ ସହିତ ସେ ସଂପର୍କରେ ରହିଥିଲେ।
/sambad/media/post_attachments/wp-content/uploads/2024/07/sfhfshfhssfhhf-750x430-1.jpg)
ସୂଚନାଯୋଗ୍ୟ, କିଛି ଦିନ ତଳେ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଶ୍ରୀ ନାୟକଙ୍କୁ ଭେଟି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କ ପରିବାରର ସଦସ୍ୟମାନଙ୍କ ଠାରୁ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଏହି ଦୁଇ ନେତା ପରସ୍ପରକୁ ଭେଟିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ।
ସୁରେନ୍ଦ୍ର ନାୟକଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
/sambad/media/post_attachments/wp-content/uploads/2023/09/Mohan-Majhi.jpeg)
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ। ସାଧାରଣ ଲୋକଙ୍କ ଭିତରେ ସେ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ। ବିଧାୟକ ତଥା ମନ୍ତ୍ରୀ ଭାବରେ ସେ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ଉନ୍ନତିରେ ଗୁରୁତ୍ଵ ପୂର୍ଣ୍ଣ ଅବଦାନ ରଖିଥିଲେ। ତାଙ୍କର ପରଲୋକ ରାଜ୍ୟ ପାଇଁ ଏକ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Surendra_Nath_Naik.jpg)