ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ବଟକୃଷ୍ଣ ଜେନାଙ୍କ ପତ୍ନୀ ପୁଷ୍ପଲତା ଜେନାଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହେଇଥିଲା। ୟୁନିଟ୍ ୬ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷାଦାନରୁ ଅବସର ନେବା ପରେ ସେ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ। ପରଲୋକ ଖବର ପାଇ ତାଙ୍କର ସହିଦ ନଗରସ୍ଥିତ ବାସଭବନକୁ ଆସି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ରାଜକିଶୋର ଦାସଙ୍କ ସମେତ ଭୁବନେଶ୍ବର ସତସଙ୍ଗ ବିହାରର ପରିଚାଳକ ଅଭୟ କୁମାର ପରିଡ଼ା ପ୍ରମୁଖ ଶେଷ ଦର୍ଶନ କରିଥିଲେ।
ସ୍ବର୍ଗତଃ ପୁଷ୍ପଲତା ଜେନାଙ୍କ ଭାଇ ତଥା ସହ-ପ୍ରତି-ରିତ୍ୱିକ ରବୀନ୍ଦ୍ର ନାଥ ବିଶ୍ଵାଳ, ଶରତ ବିଶ୍ଵାଳ, ପୁଅ ସତ୍ୟ ନାରାୟଣ, ବୋହୂ ଚିନ୍ମୟୀ, ଝିଅ ରୁଧିରାଣୀ, ଜ୍ବାଇଁ ମାନସ ରାଉତରାୟ, ଭଣଜା ନିହାର ପଟ୍ଟନାୟକ, ପୁତୁରା ଶିବ ପ୍ରସାଦ ଜେନା, ନାତି ଦ୍ୟୁତିବଲ୍ଲଭ ଓ ମନଦୀପ ପ୍ରମୁଖ ଉପସ୍ଥିତ ଥିଲେ। ସତସଙ୍ଗ ଗୁରୁଭାଇମାନେ ତାଙ୍କ ପାର୍ଥିବ ଶରୀର ନିକଟରେ ନାମ ସଂକୀର୍ତ୍ତନ କରିଥିଲେ। ପୁରୀ ସ୍ଵର୍ଗଦ୍ଵାରରେ ପୁଅ ସତ୍ୟ ନାରାୟଣ ଜେନା ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/wife-of-ex-minister.jpg)