ଭଦ୍ରକ: ଭଦ୍ରକ ଜିଲ୍ଲାର ବରିଷ୍ଠ ରାଜନେତା ତଥା ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଛି। ଜଣେ ବିଶିଷ୍ଟ ସମାଜସେବୀଏବଂ ପରୋପକାରୀ ବ୍ୟକ୍ତି ଭାବେ ସେ ବେଶ୍ ଜଣାଶୁଣା ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୭ଟା୩୦ ମିନିଟ୍ ସମୟ ରେ ତାଙ୍କର ବିୟୋଗ ଘଟିଛି। ସାନଶାସନ ପଞ୍ଚାୟତର ରାଣୀପଡ଼ା ଗ୍ରାମରେ ଥିବା ନିଜର ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।
ପୁରୁଷୋତ୍ତମ ସେଠୀ ୧୯୮୦ରୁ ୧୯୮୫ ଯାଏଁ ଭଣ୍ଡାରିପୋଖରୀର ବିଧାୟକ ଥିଲେ। ସେ ୧୯୮୫ରୁ ୧୯୯୦ ଯାଏଁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ମଧ୍ୟ ଥିଲେ। ଏହାଛଡ଼ା ସେ ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମର ଅଧକ୍ଷ ଭାବେ କାର୍ଯ୍ୟ କରିଥିଲେ। ଜଣେ ବିଶିଷ୍ଟ ସମାଜସେବୀଏବଂ ପରୋପକାରୀ ବ୍ୟକ୍ତି ଭାବେ ସେ ବେଶ୍ ଜଣାଶୁଣା ଥିଲେ।
ପୁରୁଷୋତ୍ତମ ସେଠୀଙ୍କର ଦେହାନ୍ତ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ବହୁ ବୁଦ୍ଧଜୀବୀ, ସମାଜସେବୀ ଓ ସାହିତ୍ୟିକ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେମାନେ ପୁରୁଷୋତ୍ତମ ସେଠୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ପରଲୋକ
/sambad/media/post_attachments/wp-content/uploads/2020/03/250.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)