କୋରାପୁଟ: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ ଏବଂ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। କୈଳାଶ ଚନ୍ଦ୍ର କୁଲେସିକାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି।
ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା କହିଛନ୍ତି ଯେ ବିଜେଡି ତାଙ୍କ ସହ ବିଶ୍ବାସଘାତକତା କରିଛି। ତାଙ୍କୁ ଟିକେଟ ଦେବ କହି ଦଳକୁ ଆଣିଥିଲା, ହେଲେ ଟିକେଟ୍ ଦେଲାନି। ଏଣେ ତାଙ୍କୁ କୋଟିଏ ଟଙ୍କାର ପ୍ରଲୋଭନ ଦେଇଥିଲା। ଏଣୁ ସେ ସମର୍ଥକମାନଙ୍କ ସହ ବିଜେପିରେ ଯୋଗ ଦେଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀ କୁଲେସିକା ୨୦୧୪ରୁ ୨୦୧୯ ଯାଏ କଂଗ୍ରେସରୁ ଟିକେଟ ପାଇ ବିଧାୟକ ରହିଥିଲେ। ଏହି ସମୟରେ ସେ ୫୩ ହଜାର ୨୪୯ ଭୋଟପାଇଥିବାବେଳେ ବିଜେଡିର ହେମା ଗମାଙ୍ଗୋ ପାଇଥିଲେ ୩୦୯୫୬ ଭୋଟ। ସେ ହେମାଙ୍କୁ ୨୨ ୩୫୦ ଭୋଟରେ ପରାଜିତ କରି ବିଧାୟକ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ। କିନ୍ତୁ ତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା। ମୋଟ ଭୋଟ ୧ଲକ୍ଷ ୫୭ ହଜାର ୮୬୨ରୁ କୈଳାଶ ୪୪ ହଜାର ୯୮୨ଟି ଭୋଟ ପାଇଥିବାବେଳେ ବିଜେଡିର ପ୍ରଭୁ ଜାନି ୪୫ ହଜାର ୨୧୧ଟି ଭୋଟ ପାଇ ବିଜୟୀ ହୋଇଥିଲେ। ମାତ୍ର ୨୨୯ଟି ଭୋଟରେ ସେ ପରାଜିତ ହୋଇଥିଲେ। କିନ୍ତୁ ଦଳରେ ସବୁବେଳେ ତାରା-ମିନାକ୍ଷୀ-କୈଳାଶଙ୍କ ମଧ୍ୟରେ ତୁ ତୁ ମେ ମେଁ ଚାଲୁରହିଥିଲା। ନିକଟରେ କୈଳାଶ ଦଳ ଛାଡିଥିଲେ।
୨୦୨୧ ଅକ୍ଟୋବର ମାସରେ କଂଗ୍ରେସକୁ ବାଏ ବାଏ କରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ଭୁବନେଶ୍ବରରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ କାର୍ଯ୍ୟକ୍ରମରେ ସେ ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ସଂଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ, ମନ୍ତ୍ରୀ ପଦ୍ମିନି ଦିଆନ, କୋରାପୁଟ ବିଧାୟକ ରଘୁରାମ ପାଡାଲ ଓ ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନିଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/288428dd-fa3d-4533-847e-6b25c0391f59.jpeg)