କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ପୂର୍ବ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ଜାତୀୟ କଂଗ୍ରେସର ଆଭିମୁଖ୍ୟକୁ ନିନ୍ଦା କରିବା ସହ ବୁଧବାର କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏନେଇ ବୁଧବାର ସେ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଜମ୍ମୁ- କଶ୍ମୀରରୁ ୩୭୦ ଧାରାକୁ ଉଚ୍ଛେଦ କରିଥିବାରୁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହି ଆନ୍ତରିକତା କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିରେ ପୂର୍ଣ୍ଣ ସମର୍ଥନ କରିଥିବାରୁ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର