ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ିକୁ ଗୁଳିମାଡ଼ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏନେଇ ଦେବେନ୍ଦ୍ର କହଁର ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଦେବେନ୍ଦ୍ର କହଁର ଗତକାଲି ସନ୍ଧ୍ୟାରେ ଫୁଲବାଣୀ ସହର ଜଳସେଚନ କଲୋନିରେ ଥିବା ଜଣେ ସମ୍ପର୍କୀୟ ଘରକୁ ଯାଇଥିଲେ । ସେଠାରେ ସେ ନିଜର ବୋଲେରୋ ଗାଡ଼ିଟି ବାହାରେ ରଖି ରାତିରେ ସେଠାରେ ରହିଥିଲେ। କେହି ଗାଡ଼ିକୁ ଗୁଳିମାଡ଼ କରିଛି ବୋଲି ସେ ସକାଳେ ଜାଣିବାକୁ ପାଇଥିଲେ। ରାତି ପ୍ରାୟ ୧୨ଟା ସମୟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଅନୁମାନ କରୁଛନ୍ତି ଦେବେନ୍ଦ୍ର କହଁର। ଏହାଫଳରେ ତାଙ୍କ ଗାଡ଼ିର ପଛ କାଚ ଭାଙ୍ଗିଯାଇଛି।
/sambad/media/post_attachments/wp-content/uploads/2020/04/debendra.jpg)
କେହି ତାଙ୍କୁ ଭୟଭୀତ କରିବା ଲାଗି ଏଭଳି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଦେବେନ୍ଦ୍ର କହଁର ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Gun-Shot-on-Phulbanis-Ex-MLAs-Car_Thumbnail.jpg)