ବାଲିଗୁଡ଼ା: ବାଲିଗୁଡ଼ାର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ସେ ତାଙ୍କ ଝିଅ ଘର ଜାମପଦା ଠାରେ ରହୁଥିଲେ। ଶେଷ ସମୟରେ ୫ପୁଅ ଓ ୫ ଝିଅ ସମେତ ନାତିନାତୁଣି ଉପସ୍ଥିତ ଥିଲେ। ତାଙ୍କ ମରଶରୀରକୁ ନିଜ ଗ୍ରାମ ସଲାଗୁଡ଼ାକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରା ଯାଇଥିଲା। ବଡ଼ପୁଅ ମୋତିଲାଲ କହଁର ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବାଲିଗୁଡ଼ା ବିଧାୟକ କରେନ୍ଦ୍ର ମାଝୀ, ପଦ୍ମଚରଣ ଦାସ ଓ ବହୁ ବିଜେପି ନେତା ଉପସ୍ଥିତ ଥିଲେ। ସ୍ବର୍ଗତ କହଁର ଜଣେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରି ପରେ ରାଜନୀତିକୁ ଆସି ବିଜେପି ଦଳରୁ ଗତ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ବାଲିଗୁଡ଼ା ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ବାଲିଗୁଡ଼ା ଧାନସଭା ଆସନରୁ ସେ ବିଜେପିର ପ୍ରଥମ ବିଧାୟକ ଥିଲେ। ତାଙ୍କର ପରଲୋକ ଖବର ଶୁଣି ବିଭିନ୍ନ ରାଜନୈତିକ ମହଲ ତଥା ବାଲିଗୁଡ଼ା ସମେତ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
ପୂର୍ବତନ ବାଲିଗୁଡ଼ା ବିଧାୟକ ସୁରେନ୍ଦ୍ର କହଁରଙ୍କ ୮୬ ବର୍ଷ ବୟସରେ ପରଲୋକ
/sambad/media/post_attachments/wp-content/uploads/2022/04/b60af0b1-4ed3-4590-a2c1-a9e822467fb6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)