ଭୁବନେଶ୍ବର : କେରଳର କାର୍ଥାୟନି ଆମ୍ମା ୯୬ ବର୍ଷ ବୟସରେ ଚତୁର୍ଥ ଶ୍ରେଣୀ ପାସ୍ କରିବା ପରେ ପାଠ ପଢ଼ିବାର ବୟସକୁ ନେଇ ଚର୍ଚା ଜାରି ରହିଛି। କେଉଁ ବୟସରେ ପାଠ ପଢ଼ିବା ଉଚିତ୍ ତାହାକୁ ନେଇ ଚରିଆଡ଼େ ଆଲୋଚନା। ତେବେ ଓଡ଼ିଶାରେ ମଧ୍ୟ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ୮୦ବର୍ଷ ବୟସରେ ପାଠ ପଢ଼ୁଛନ୍ତି। ସେ ହେଉଛନ୍ତି ପୂର୍ବତନ ସାଂସଦ ନାରାୟଣ ସାହୁ। ଯେଉଁ ବୟସରେ ନିଜ ପରିବାର ସହିତ ସମୟ ବିତାଇବା କଥା, ସେ ସମୟରେ ଶ୍ରୀ ସାହୁ ଛୋଟ ପିଲାଙ୍କ ସହିତ ଉତ୍କଳ ବିଶ୍ବବିଦ୍ୟାଳୟରେ ପି.ଏଚ୍ଡି କରୁଛନ୍ତି। ପାଲଲହଡ଼ାରୁ ଦୁଇ ଦୁଇ ଥର ବିଧାୟକ ଓ ଦେବଗଡ଼ ଆସନରୁ ଥରେ ସଂସଦକୁ ନିର୍ବାଚିତ ହୋଇଥିବା ଶ୍ରୀ ସାହୁ ହେଉଛନ୍ତି କଂଗ୍ରେସ ନେତା ସ୍ବର୍ଗତଃ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଶ୍ବଶୁର। ଗତ ୯ବର୍ଷ ଧରି ସେ ବାଣୀବିହାରର ୫ନଂ ହଷ୍ଟେଲର ରୁମ୍ ନଂ ୨୪ରେ ରହୁଛନ୍ତି। ସେଠାରେ ନିଜର ଗବେଷଣା କରିବା ସହିତ ନିଜର ଆତ୍ମଜୀବନୀ ମଧ୍ୟ ଲେଖୁଛନ୍ତି। ଖୁବଶୀଘ୍ର ତାଙ୍କ ଆତ୍ମଜୀବନୀ ‘ସମର୍ପିତ ଆତ୍ମାର କାହାଣୀ’ ପ୍ରକାଶ ପାଇବାକୁ ଯାଉଛି।
ଏତେ ବର୍ଷ ବୟସରେ ପାଠ ପଢ଼ିବା ସଂପର୍କରେ ଶ୍ରୀ ସାହୁ କହିଛନ୍ତି, ନୂଆ-ପୁରୁଣା ପିଢ଼ି ଭିତରେ ଥିବା ବ୍ୟବଧାନ ହେଉଛି ଏକ କଷ୍ଟକର ବ୍ୟବଧାନ। ଏହାକୁ ଦୂର କରିବାକୁ ହେଲେ କୌଶଳର ଆବଶ୍ୟକତା ରହିଛି। ପୂର୍ବରୁ ରାଜନେତା ହିସାବରେ ତୃଣମୂଳସ୍ତରରେ ଗରିବ, ଆଦିବାସୀ ଓ ଧନୀ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇଛି। ଏହି ଅଭ୍ୟାସ ଯୋଗୁଁ ଛୋଟ ପିଲାଙ୍କ ସହିତ ପାଠ ପଢ଼ିବାରେ କୌଣସି ସମସ୍ୟା ସୃଷ୍ଟି ହେଉନାହିଁ। ବୟସ୍କ ଛାତ୍ର ଦୃଷ୍ଟିରୁ କ୍ଲାସ୍ରେ ଆଗ ଧାଡ଼ିରେ ବସିବାର ସୁଯୋଗ ମିଳୁଛି। ଅନ୍ୟ ଛାତ୍ରମାନଙ୍କ ଅପେକ୍ଷା ମୋର ବୁଝିବାର ଶକ୍ତି ଅଧିକ ବୋଲି କହିଛନ୍ତି ପୂବର୍ତନ ସାଂସଦ ଶ୍ରୀ ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/narayan-sahu.jpg)