ବ୍ରହ୍ମପୁର : ପାରଳାଖେମୁଣ୍ଡି ପୌରପାଳିକାର ପୂର୍ବତନ ନଗରପାଳ ପି. କ୍ରିଷ୍ଣା ଆଜି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ପୌରପାଳିକାର ସାମଗ୍ରୀ କିଣାରେ ହେର୍ଫେର୍ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ବାରମ୍ବାର ସମନ ସତ୍ୱେ ସେ କୋର୍ଟରେ ଅନୁପସ୍ଥିତ ରହିଥିଲେ। ଫଳରେ କୋର୍ଟ କ୍ରିଷ୍ଣାଙ୍କ ବିରୋଧରେ ଜାମିନ୍ବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ। ଏହା ପରେ କ୍ରିଷ୍ଣା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଆଜି କ୍ରିଷ୍ଣା ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଜାମିନ୍ରେ ଯାଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଆସନ୍ତା ମାର୍ଚ୍ଚ ୧୨ରେ ଧାର୍ଯ୍ୟ କରାଯାଇଛି।
ଆତ୍ମସମର୍ପଣ ପରେ ପୂର୍ବତନ ପାରଳା ନଗରପାଳଙ୍କୁ ଜାମିନ
/sambad/media/post_attachments/wp-content/uploads/2018/02/court-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)