ଭୁବନେଶ୍ବର: ଏକ ନିର୍ମାଣ କାମର କାର୍ଯ୍ୟାଦେଶ ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୂର୍ବତନ ନରେଗା ସହାୟକଙ୍କୁ ୪ ବର୍ଷ ଜେଲଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଆଜି ଏକ ମାମଲାର ଶୁଣାଣି କରି ସାହାରପଡ଼ା ବ୍ଲକ ପୂର୍ବତନ ନରେଗା ସହାୟକ ଲଳିତ ମହାନ୍ତଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ମାସ ଜେଲ ଯିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ଯେ, ମନେରଗା ଯୋଜନାରେ ଅଭିଯୋଗକାରୀଙ୍କ ନାମରେ ଏକ କାର୍ଯ୍ୟାଦେଶ ଜାରି କରିବା ପାଇଁ ପୂର୍ବତନ ନରେଗା ସହାୟକ ଶ୍ରୀ ମହାନ୍ତ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ଲାଞ୍ଚ ନେବା ବେଳେ ୨୦୧୬ ଫେବ୍ରୁଆରି ୨୬ ତାରିଖ ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଆଜି ଶ୍ରୀ ମହାନ୍ତ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/court-generic.jpg)