ସୁନ୍ଦରଗଡ଼: ଏକ ଇନ୍ଦିରାଆବାସ ବିଲ୍ ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ମଙ୍ଗଳବାର ଟାଙ୍ଗରପାଲି ବ୍ଲକ୍ ରତନପୁରର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଅଧୁନା ସବଡେଗା ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ସିଂଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ମାମଲାରେ ଅଦାଲତ ୨ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ କାରାଦଣ୍ଡକୁ ଅଧିକ ୩ ମାସ ବୃଦ୍ଧ କରିବାକୁ ବିଚାରପତି ଆଦେଶନାମାରେ ଉଲ୍ଲେଖ କରିଛନ୍ତି। ୨୦୧୪ ମେ’ ୭ ତାରିଖରେ ଅଧିକାରୀ ସୁରେନ୍ଦ୍ର ସିଂ ଟାଙ୍ଗରପାଲି ବ୍ଲକ୍ କିଆକଛାର ଗାଁର ଲବଣୀଧର ଚିତାଙ୍କ ଠାରୁ ବାପା ବଳଦେବ ଚିତାଙ୍କ ନିର୍ମାଣାଧୀନ ଇନ୍ଦିରା ଆବାସର ୩୦ ହଜାର ଟଙ୍କା ବିଲ୍ କରିଦେବାକୁ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତତ୍କାଳୀନ ଭିଜିଲାନ୍ସ ନିରୀକ୍ଷକ ପରମେଶ୍ବର କିସାନଙ୍କ ନେତୃତ୍ବରେ ପୂର୍ବତନ ନିରୀକ୍ଷକ ଯୋଗେଶ ପ୍ରସାଦ ପଟେଲ ପ୍ରମୁଖ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।
ଇନ୍ଦିରା ଆବାସ ବିଲ୍ ପାଇଁ ଲାଞ୍ଚ; ପୂର୍ବ ପଞ୍ଚାୟତ ଅଧିକାରୀଙ୍କୁ ୨ ବର୍ଷ କାରାଦଣ୍ଡ
/sambad/media/post_attachments/wp-content/uploads/2023/01/sundargarh-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)