ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ସଚ୍ଚିଦାନନ୍ଦ ପାଇକରାୟଙ୍କ ପରଲୋକ

ଭୁବନେଶ୍ୱର : ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ସଚ୍ଚିଦାନନ୍ଦ ପାଇକରାୟଙ୍କର ଆଜି ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ‘ସମ୍ବାଦ’ରେ କାର୍ଯ୍ୟରତ ସାମ୍ବାଦିକ କ୍ଷିତିଶ ରାୟଙ୍କ ପିତା ସଚ୍ଚିଦାନନ୍ଦ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ତେବେ ଆଜି ପିପିଲି କଣ୍ଟିସ୍ଥିତ ନିଜ ବାସଭବନରେ ସକାଳ ୧୦ଟା ୪୫ ମିନିଟ୍‌ରେ ତାଙ୍କର ପରଲୋକ ହୋଇଥିଲା। ୧୯୬୯ ମସିହାରେ ସବ୍‌-ଇନ୍ସପେକ୍ଟର ଭାବେ ପୁଲିସ୍‌ ସେବାରେ ନିଜର କାର୍ଯ୍ୟରତ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ପାଇକରାୟ ରାଜ୍ୟର ବିଭିନ୍ନ ଥାନାରେ ନିଷ୍ଠାବାନ ଅଫିସର ଭାବେ ଦାୟିତ୍ୱ ତୁଲାଇଥିଲେ। ଶେଷରେ କଟକସ୍ଥିତ ମାନବାଧିକାର ସୁରକ୍ଷା ସେଲ୍‌ (ଏଚ୍‌ଆର୍‌ପିସି)ରୁ ଚାକିରିରୁ ଅବସର ନେଇଥିଲେ। ମୃତ୍ୟୁ ଖବର ପ୍ରଚାର ହେବା ପରେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ଭିଡ଼ ଜମିଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ପ୍ରଭାତ ନଳିନୀ ପାଇକରାୟ, ଝିଅ ଅମ୍ବିକା ରାୟ, ପୁତ୍ର କ୍ଷିତିଶଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତ୍ର କ୍ଷିତିଶ ରାୟ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର