ଅବସରପ୍ରାପ୍ତ ପୋଷ୍ଟମାଷ୍ଟରଙ୍କୁ ହାତୀ ଦଳିଦେଲା

ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ବାରି ଗ୍ରାମରେ ଆଜି ହାତୀ ଆକ୍ରମଣରେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ମହେଶ୍ୱର ଦେଓ (୬୫)ଙ୍କର ମୃତ୍ୟୁ ହୋଇଛି। ସେ ଘର ନିକଟସ୍ଥ କାଙ୍କିଣୀ ଜଙ୍ଗଲକୁ ଆଜି ଯାଇଥିଲେ। ସେଠାରେ ହାତୀଟି ତାଙ୍କୁ ଦଳିଦେଇ ଜଗି ରହିଥିଲା। ଏ ବିଷୟରେ ଘର ଲୋକେ କିମ୍ବା ଗାଁର ଅନ୍ୟ କେହି ଜାଣିପାରିନଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ଜଙ୍ଗଲରେ ଖୋଜାଖୋଜି କରିବାରୁ ସେଠାରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ତାଙ୍କ ଶରୀରର ପେଟ ଓ ଗୋଡ଼ ବିଦୀର୍ଣ୍ଣ ହୋଇଯାଇଥିଲା। ନିକଟରେ ଏକ ହାତୀ ଜଗି ରହିଥିବାରୁ ତାଙ୍କୁ ହାତୀ ମାରିଥିବା ସ୍ପଷ୍ଟ ହୋଇଥିଲା। ଶୁଳିଆପଦା ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର