ଯୁକ୍ତ୨ ଏକ୍ସ-ରେଗୁଲାର ଫର୍ମ ପୂରଣ ୨୯ରୁ

ଭୁବନେଶ୍ବର : ୨୦୧୯ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା। ଏହାପୂର୍ବରୁ ଆସନ୍ତା ୨୯ ତାରିଖଠାରୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଆରମ୍ଭ ହେବ। ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ବିନା ଜରିମାନାରେ ଫର୍ମପୂରଣ କରି‌ପାରିବେ। ନଭେମ୍ବର ୫ରୁ ୧୦ ତାରିଖ ମଧ୍ୟରେ ୫୦ ଟଙ୍କା ଓ ୧୧ରୁ ୧୪ ତାରିଖ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ପରୀକ୍ଷାର୍ଥୀ ଫର୍ମ ପୂରଣ କରିପାରିବେ। ସମସ୍ତ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷାମା‌ନେ ଏଦିଗରେ ପଦକ୍ଷେପ ନେବାକୁ ପରିଷଦ ପକ୍ଷରୁ କୁହାଯାଇଛି। ‘www.samodisha.gov.in’ ୱେବସାଇଟ୍‌ରେ ଏହାର ସବିଶେଷ ବିବରଣୀ ଉପଲବ୍ଧ ରହିଛି।

ଅନ୍ୟପକ୍ଷରେ ଯୁକ୍ତ୨ ପତ୍ରବିନିମୟ(କରେସ୍‌ପଣ୍ଡେନ୍ସ) ପାଠ୍ୟକ୍ରମରେ ପରୀକ୍ଷା ପାଇଁ ଫର୍ମ ପୂରଣ ଆଜିଠାରୁ ଆରମ୍ଭ ହୋଇଛି।  ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ବିନା କୌଣସି ଜରିମାନାରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ନଭେମ୍ବର ୬ରୁ ୧୨ ତାରିଖ ମଧ୍ୟରେ ୫୦ ଟଙ୍କା ଓ ୧୩ରୁ ୧୫ ତାରିଖ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିହେବ। ନଭେମ୍ବର ୧୬ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଫର୍ମ ଜମା କରିବେ। ମହାବିଦ୍ୟାଳୟ କର୍ତୃପକ୍ଷ ନଭେମ୍ବର ୧୯ରୁ ୨୨ ଓ ଶାଖା କାର୍ଯ୍ୟାଳୟଗୁଡ଼ିକ ନଭେମ୍ବର ୧୨ ସୁଦ୍ଧା ଫର୍ମଗୁଡ଼ିକୁ ଜମା କରିବାକୁ କୁହାଯାଇଛି। ଏସମ୍ପର୍କିତ ସମସ୍ତ ବିବରଣୀ ‘chseodisha.nic.in’ରେ ଉପଲବ୍ଧ ହେଉଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର