ଫୁଲବାଣୀ : ଗୁରୁବାର ଦିନ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ଶୁଣାଣି କରି ଆକାଉଣ୍ଟାଣ୍ଟ ନାରାୟଣ ମଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ୩ ମାସ ଜେଲ୍ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ଘଟଣାରୁ ପ୍ରକାଶ, ବୌଦ୍ଧ ଜିଲ୍ଲା ଟ୍ରେଜେରି ଅଫିସର ପୂର୍ବତନ ଆକାଉଣ୍ଟାଣ୍ଟ ନାରାୟଣ ମଲିକ ଏକ ବିଲ୍ ପାସ କରାଇଦେବା ପାଇଁ ଅଭିଯୋଗକାରୀଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏ ନେଇ ଗତ ୨୦୧୯ ମସିହାରେ ବ୍ରହ୍ମପୁର ଭିଜିଲାନ୍ସ ପୁଲିସରେ ଏକ ମାମଲା ରୁଜୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/jail-1.jpg)