ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଟ୍ୟୁସନ ଓ ପରୀକ୍ଷା ଫି ଛାଡ଼

ଭୁବନେଶ୍ୱର: ରାଜ୍ୟ ସରକାର ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଥିବା କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଶୁକ୍ରବାର ଖୁସି ଖବର ଆଣିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ମରୁଡ଼ି ପ୍ରଭାବିତ ୧୫ଟି ଜିଲ୍ଲାର ୨୬ଟି କଲେଜରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ଟ୍ୟୁସନ ଫି ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ରାଜ୍ୟ ସରକାର ୭୦ଟି ବ୍ଲକରେ ଥିବା କଲେଜରେ ପରୀକ୍ଷା ଫି ଛାଡ଼ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ।

ସମ୍ବନ୍ଧିତ ଖବର