ଭୁବନେଶ୍ବର : ‌ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଖାଲିଥିବା ଓଡ଼ିଆ ଅଧ୍ୟାପକ ପଦ ପୂରଣ ପାଇଁ ପୁଣିଥରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ଫେବ୍ରୁଆରି ୨୩ରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ ଓ ସମ୍ବଲପୁର ସହରରେ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୨୦୧୯ ମାର୍ଚ୍ଚ ୧୦ ତାରିଖରେ ଯେଉଁ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେଇଥିଲେ ସେମାନଙ୍କୁ ହିଁ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ। ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ଆଡମିଟ୍‌ କାର୍ଡ ଇସ୍ୟୁ କରାଯିବ ନାହିଁ।

Advertisment

ଏହି ଲିଖିତ ପରୀକ୍ଷା ପାଇଁ ଭୁବନେଶ୍ବରରେ ଦୁଇଟି କେନ୍ଦ୍ର ହୋଇଛି। ରାଜଧାନୀ କଲେଜରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୯୪୨ ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜେବି କଲେଜରେ ୫୪୩, କଟକର ରେଭେନ୍ସା ବିଶ୍ବବିଦ୍ୟାଳୟରେ ୬୨୮, ବାଲେଶ୍ବରର କେକେଏସ୍‌ ମହିଳା କଲେଜରେ ୫୪୨, ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ କଲେଜରେ ୩୬୮, ସମ୍ବଲପୁରର ଜିଏମ୍‌ ବିଶ୍ବବିଦ୍ୟାଳୟରେ ୪୪୩ ଓ ସରକାରୀ ମହିଳା କଲେଜରେ ୩୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।