ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳ, ଛାତ୍ରଛାତ୍ରୀମାନେ ଏମିତି ଜାଣିପାରିବେ ନିଜ ରେଜଲ୍ଟ

ଭୁବନେଶ୍ୱର:  ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ସୋମବାର ପ୍ରକାଶ ପାଇବ ବୋଲି ସୂଚନା ରହିଛି। ମଧ୍ୟାହ୍ନ ୧୨ଟା ସମୟରେ ଗୀତ ଗୋବିନ୍ଦ ଭବନରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜାଣିବାକୁ ମିଳିଛି। ପରୀକ୍ଷା ଫଳାଫଳ ଜାଣିବା ପାଇଁ ଛାତ୍ରଛାତ୍ରୀମାନେ www.odisharesult.nic.in  ଏବଂ www.chscodisha.nic.in େଓ୍ଵବ୍‌ସାଇଟ୍‌ ଲଗ୍‌ଇନ୍‌ କରିପାରିବେ।

ଏହି ଦୁଇଟି େଓ୍ଵବ୍‌ସାଇଟ୍‌ରେ ଦିନ ୧୨ଟାରୁ ରେଜଲ୍ଟ ଉପଲବ୍ଦ ହେବ। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ୍‌ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ଦେଇ ପରୀକ୍ଷା ଫଳ ପାଇପାରିବେ।

ଚଳିତବର୍ଷ ୯୯ ହଜାର ୧୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତା ଦେଖାରେ ବିଳମ୍ବ ହେତୁ ଫଳାଫଳ ବାହାରିବାରେ ମଧ୍ୟ ବିଳମ୍ବ ହୋଇଛି। ଜୁନ୍‌ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ବାହାରିବାକୁ ସ୍ଥିର ହୋଇଥିବା ବେଳେ ଜୁନ୍‌ ଦ୍ୱିତୀୟ ସପ୍ତାହରେ କଳା ଓ ବାଣିଜ୍ୟ ଫଳାଫଳ ବାହାରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର