ଆସିଲା ଯୁକ୍ତ ୨ ପରୀକ୍ଷା ପାଇଁ ସୂଚୀ, ଛାତ୍ରଛାତ୍ରୀ ଜାଣନ୍ତୁ କେଉଁ ତାରିଖରେ କେଉଁ ବିଷୟରେ ଦେବେ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଆସନ୍ତା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ପଢୁଥିବା ୨ୟ ବର୍ଷର ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ସାମିଲ ହେବେ।

କଳା ଓ ବାଣିଜ୍ୟ ପରୀକ୍ଷା ଏପ୍ରିଲ ୨୮ ତାରିଖ ଠାରୁ ଆରମ୍ଭ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ। ଏହା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ। ବିଜ୍ଞାନ ଓ ଭୋକେସନାଲ ପରୀକ୍ଷା ମେ’ ମାସ ୯ ତାରିଖ ଠାରୁ ଆରମ୍ଭ ହେବ। ବିଜ୍ଞାନ ଛାତ୍ରଛାତ୍ରୀମାନେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଭୋକେସନାଲ ଛାତ୍ରଛାତ୍ରୀମାନେ ସକାଳ ୯ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଦେବେ।

ସମ୍ବନ୍ଧିତ ଖବର