କଟକ: ବେଙ୍ଗାଲୁରୁରେ କାନାଡ଼ା ବ୍ୟାଙ୍କର ମ୍ୟାନେଜର୍ ଭାବେ କାର୍ଯ୍ୟରତ ପବିତ୍ର କୁମାର ଦାସଙ୍କ ପୁଅ ପ୍ରତୀକ ଦାସ (୧୭) କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ପ୍ରତୀକଙ୍କ ଘର ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ। ସେ କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ୨ ପଢ଼ୁଥିଲେ। ପରୀକ୍ଷା ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ମର୍କତନଗର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ପବିତ୍ର ବେଙ୍ଗାଲୁରୁରେ ରହୁଥିବା ବେଳେ ଭୁବନେଶ୍ବର ନୀଳାଦ୍ରିବିହାରରେ ତାଙ୍କ ପତ୍ନୀ ପୁଅ, ଝିଅଙ୍କ ସହିତ ରହୁଛନ୍ତି। ଭୁବନେଶ୍ବରର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପ୍ରତୀକ ଯୁକ୍ତ୨ ପଢୁଥିବା ବେଳେ ଆସନ୍ତା ୧୭ ତାରିଖରେ ପରୀକ୍ଷା ଥିଲା। ସେ ପରୀକ୍ଷାକୁ ନେଇ ଚାପରେ ଥିଲେ। ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ସେ ଘରୁ କେଉଁଆଡ଼େ ଚାଲିଯାଇଥିଲେ।
/sambad/media/media_files/2025/02/13/IAnbL5kw1l0PisRplYOx.jpg)
ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ତା ମିଳି ନଥିଲା। ତାଙ୍କ ମୋବାଇଲ୍ ଫୋନ୍ ବି ସୁଇଚ୍ ଅଫ୍ ଥିଲା। ଚନ୍ଦ୍ରଶେଖରପୁର ଥାନାରେ ପରିବାର ଲୋକେ ଅପହରଣ ଅଭିଯୋଗ ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଆଜି ସକାଳେ ତ୍ରିଶୂଳିଆ ପୋଲ ଉପରେ ଏକ ଚପଲ ପଡ଼ିଥିବା ବେଳେ ତଳେ କାଠଯୋଡ଼ି ନଦୀ ବାଲିରେ ଜଣେ ନାବାଳକଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ମର୍କତନଗର ଥାନା ପୁଲିସ ଖବର ପାଇ ସେଠାରେ ପହଞ୍ଚିଥିଲା। ପୁଲିସ ଶବ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କ ଜିମା ଦେଇଥିଲେ। ଏହି ଘଟଣାର ତଦନ୍ତ ସମୟରେ ନିଖୋଜ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ୧୧ ତାରିଖ ଦିନ ପ୍ରାୟ ୧୦ଟା ବେଳେ ପ୍ରତୀକ ଏକ ଉବର୍ ଗାଡ଼ି ବୁକିଂ କରି ତ୍ରିଶୂଳିଆ ଆଡ଼କୁ ଆସିଥିଲେ। ରଘୁନାଥପୁର ନିକଟରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ତ୍ରିଶୂଳିଆରେ ଯେଉଁଠି ଉବର୍ ଗାଡ଼ି ରହିଥିଲା, ସେହିଠାରେ ହିଁ ପ୍ରତୀକ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅର୍ଥାତ୍ ସେ ଆତ୍ମହତ୍ୟା କରିବା ପାଇଁ କଟକ ଆସିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଘରେ ଥିବା ଲାପ୍ଟପ୍ରୁ ଉବର୍ ଗାଡ଼ି ବୁକିଂ ବାବଦ ତଥ୍ୟ ମଧ୍ୟ ପୁଲିସ ହସ୍ତଗତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2017/10/suicide-1.jpg)