ରତ୍ନଭଣ୍ଡାର ଯାଞ୍ଚ ପ୍ରସଙ୍ଗ : ଇଚ୍ଛାମୃତ୍ୟୁ ଆବେଦନକାରୀ ଅସୁସ୍ଥ

ପୁରୀ : ରତ୍ନଭଣ୍ଡାର ଖୋଲିଲେ ସିଂହଦ୍ଵାର ସମ୍ମୁଖରେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଥିବା ୬୫ ବର୍ଷୀୟ ନରସିଂହ ପୂଜାପଣ୍ଡା ଆଜି ଅସୁସ୍ଥ ହୋଇ ପଡ଼ିଛନ୍ତି। ଛାତି ଯନ୍ତ୍ରଣା ଓ ଅନ୍ୟାନ୍ୟ ଅସୁସ୍ଥତା କାରଣରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଚିକିତ୍ସା ପରେ ସେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶ୍ରୀ ପୂଜାପଣ୍ଡା ରତ୍ନଭଣ୍ଡାର ଖୋଲିଲେ ଆତ୍ମାହୂତି କରିବା ନେଇ ଗତକାଲି ଉପଜିଲ୍ଲାପାଳଙ୍କ କୋର୍ଟରେ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ। ଭଣ୍ଡାର ରକ୍ଷକ, ଜଗତ୍‌ଗୁରୁ, ଗଜପତି ମହାରାଜ, ଛତିଶା ନିଯୋଗଙ୍କ ସହ କୌଣସି ବିଚାରବିମର୍ଶ ନକରି, ଓଡ଼ିଶା ସରକାରଙ୍କ ଅନୁମତି ନଆଣି ପ୍ରତ୍ନତତ୍ତ୍ଵ ବିଭାଗ ଏଭଳି ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଏହା ଭୀଷଣ ଆଘାତ ଦେଇଛି। ଶ୍ରୀମନ୍ଦିର ମରାମତି ଆଳରେ ପ୍ରତ୍ନତତ୍ତ୍ଵ ବିଭାଗ ଏହାକୁ ଲୁଟିନେବାର ଷଡ଼ଯନ୍ତ୍ର କରିଛି। ଏଭଳି ହୀନ ଚକ୍ରାନ୍ତକୁ ସେ ବିରୋଧ କରୁଛନ୍ତିବୋଲି କହିଥିଲେ।

ସମ୍ବନ୍ଧିତ ଖବର