ଭୁବନେଶ୍ବର: ଖାଇବା ତେଲକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା। ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି।
ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ଖାଇବା ତେଲର ଆବଶ୍ୟକତା ରହିଛି। ଏହାର ମାତ୍ରାଧିକ ଦରବୃଦ୍ଧି ଫଳରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। କେନ୍ଦ୍ର ସରକାର ଖାଇବା ତେଲ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି। ଏଥିରେ ରାଜ୍ୟର ଅଂଶ ମଧ୍ୟ ରହିଛି।ବର୍ତ୍ତମାନ ରାଜ୍ୟରେ ଖାଇବା ତେଲର ଦର ଦେଢ଼ଶହ ଛୁଇଁଲାଣି। କେନ୍ଦ୍ର ସରକାର ସେସ ଓ ଆମଦାନୀ ଶୁଳ୍କ ବୃଦ୍ଧି କରୁଛନ୍ତି। ତେଣୁ ତେଲ ଦରକୁ କିଭଳି ନିୟନ୍ତ୍ରଣ କରାଯିବ, ରାଜ୍ୟ ସରକାର ସେଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ। ସେପଟେ ବିଜେପି ବିଧାୟକ କହିଛନ୍ତି ଆମେ ଅଣ୍ଡା, ଆଳୁ, ପିଆଜ ଓ ତେଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସ୍ୱାବଲମ୍ବୀ ହୋଇପାରିବା ନାହିଁ।
ବର୍ତମାନ ଖାଇବା ତେଲର ଚାହିଦା କେତେ ଓ କେତେ ଆମଦାନୀ ହେଉଛି ତାର ହିସାବ ସରକାର ଗୃହରେ ରଖିବାକୁ ଦାବି କରିଛନ୍ତି ବିଜେପି ସଦସ୍ୟ ମୋହନ ମାଝୀ। ଆବଶ୍ୟକତାଠାରୁ ଯୋଗାଣ କମ୍ ହେଲେ ଦର ବୃଦ୍ଧି ପାଇବ ବୋଲି ସେ ଗୃହକୁ କହିଛନ୍ତି। ତେଣୁ ପଞ୍ଚାୟତ ସ୍ତରରେ ତୈଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଆଲୋଚନା
/sambad/media/post_attachments/wp-content/uploads/2021/03/Coocking-Oil-Topic-in-Assembly_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)