ଓଏଏସ୍‌ ସ୍ତରରେ ଅଦଳବଦଳ: ରଘୁରାମ ଆୟର ଉଚ୍ଚ ମାଧ୍ୟମିକ ଶିକ୍ଷା ନି‌ର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ସଚିବ ରଘୁରାମ ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷାର ନିର୍ଦେଶକ ଭାବେ ବଦଳି କରାଯିବା ସହିତ ଏସ୍‌ସିଇଆରଟିର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଏମ୍‌କେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର(ପ୍ରଶାସନିକ) ସୁଦାମ ଚରଣ ମଣ୍ଡଳ ଶିଳ୍ପ ବିଭାଗର(କେ ଏଣ୍ଡ ଭିଆଇ)ର ଅତିରିକ୍ତ ନିର୍ଦେଶକଙ୍କ ସହିତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଚିବ ନିଯୁକ୍ତ ହୋଇଛନ୍ତି।

ପାରାଦୀପର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ପାରାଦୀପ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଖୋର୍ଧା ଅତିରିକ୍ତ ଜିଲ୍ଲାପାଳ ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ, ବିଏମ୍‌ସିର ଡେପୁଟି କମିସନର ଶୁଭେନ୍ଦୁ ସାହୁଙ୍କୁ ଖୋର୍ଧା ଅତିରିକ୍ତ ଜିଲ୍ଲାପାଳ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଉପ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର ଏସ୍‌ ଏଣ୍ଡ ଟି ବିଭାଗର ଯୁଗ୍ମ ସଚିବ, କନ୍ଧମାଳ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନିକ) ନରେଶ ଚନ୍ଦ୍ର ସବର ଫୁଲବାଣୀ ଆଇଟିଡିଏ ପିଏ ଭାବେ ନିଯୁକ୍ତି ପାଇଛନ୍ତି। ବରୀର ବିଡିଓ ଶିବାନନ୍ଦା ସ୍ବାଇଁଙ୍କୁ ହିନ୍ଦୋଳର ଉପ ଜିଲ୍ଲାପାଳ, କେନ୍ଦୁଝର ଆନନ୍ଦପୁରର ଅତିରିକ୍ତ ଉପ ଜିଲ୍ଲାପାଳ ବରନ୍ୟେନ୍ଦୁ ମହାନ୍ତିଙ୍କୁ ଇଡକୋର ଲ୍ୟାଣ୍ଡ ଅଫିସର, ଫୁଲବାଣୀର ଆଇଟିଡିଏ ପିଏ ବୀରେନ୍ଦ୍ର କୁମାର ଦାସଙ୍କୁ ଗଜପତି ଛେଳିଗଡ଼ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଏଲଏଓ, ମୟୂରଭଞ୍ଜ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ପ୍ରଶାସନିକ) ପ୍ରିୟବ୍ରତ ପାଢ଼ୀଙ୍କୁ ବିଏମ୍‌ସର ଡେପୁଟି କମିସନର ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର