ଓଏଏସ୍‌ ସ୍ତରରେ ଅଦଳବଦଳ: କମଳ ଲୋଚନ ମିଶ୍ର ହେଲେ ନବରଙ୍ଗପୁର ଜିଲ୍ଲାପାଳ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସଡମା)ର ନିର୍ବାହୀ ନିର୍ଦେଶକ କମଳ ଲୋଚନ ମିଶ୍ରଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ନିଯୁକ୍ତ କରିଛନ୍ତି। ଅଜିତ କୁମାର ମିଶ୍ର ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ଶ୍ରୀ ମିଶ୍ରଙ୍କୁ ନିଯୁକ୍ତ କରାଯାଇଛି। ଏହାସହ ରାଜ୍ୟରେ ଆଜି ଓଏଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବଭାବେ ନିଯୁକ୍ତ ହୋଇଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ଯଦୁମଣି ମହଲାଙ୍କୁ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ, ରାଜ୍ୟ ଶିଶୁ ସୁରକ୍ଷା କମିସନର ସଚିବ ସୋନିଆ ବେହେରାଙ୍କୁ ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି। ସେହିପରି ପୀତାମ୍ବର ସାମଲ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବରୁ ଭଦ୍ରକର ଉପଜିଲ୍ଲାପାଳ ରହିଥିଲେ। ଢେଙ୍କାନାଳ ଜିଲ୍ଲା ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ(ପ୍ରଶାସନିକ) ଥିବା ରବି ନାରାୟଣ ତ୍ରିପାଠୀଙ୍କୁ ରାୟଗଡ଼ା ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଆନନ୍ଦପୁରର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତଙ୍କୁ ଢେଙ୍କାନାଳର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ, ଡେଲାଙ୍ଗର ପୂର୍ବତନ ବିଡିଓ କ୍ଷୀରୋଦ୍ର ପ୍ରଧାନଙ୍କୁ ଶିଶୁ ସୁରକ୍ଷା କମିସନର ସଚିବ, ନୟାଗଡ଼ ବିଡିଓ ମନୋଜ ପାତ୍ର ଭଦ୍ରକର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଅପରପକ୍ଷରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ୧୭ଜଣଙ୍କ ଅଦଳବଦଳ ନେଇ ବିଜ୍ଞପ୍ତି ଜାରି ହୋଇଛି। ବିଏମ୍‌ସିର କନିଷ୍ଠ ଯନ୍ତ୍ରୀଭାବେ ନିଯୁକ୍ତ ହୋଇଛନ୍ତି ରାମଚନ୍ଦ୍ର ମିଶ୍ର। ପୂର୍ବରୁ ସେ ଖଲିକୋଟ ଏନ୍‌ଏସିରେ ନିର୍ବାହୀ ଅଧିକାରୀ ରହିଥିଲେ। କଟକର ଡେପୁଟି ଜିଲ୍ଲାପାଳ ଥିବା ଅନିତା ପାତ୍ରଙ୍କୁ କଟକ ମ୍ୟୁନିସିପାଲଟିର ଯୁଗ୍ମ କମିସନର ନିଯୁକ୍ତ କରାଯାଇଛି। କଟକ ମ୍ୟୁନିସିପାଲଟିରେ ଓଏସ୍‌ଡି ରହିଥିବା ପଲ୍ଲବୀ ବେହେରାଙ୍କୁ ବାଙ୍କୀ ଏନଏସିର ନିର୍ବାହୀ ଅଧିକାରୀ, ସୁନ୍ଦରଗଡ଼ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଚମ୍ପୁଆ ଏନ୍‌ଏସିର ନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ଚମ୍ପୁଆ ଏନ୍‌ଏସିର ନିର୍ବାହୀ ଅଧିକାରୀ ଥିବା ଗୌରହରି ମହନ୍ତଙ୍କୁ ପାଟଣାଗଡ଼ ଏନ୍‌ଏସିର ନିର୍ବାହୀ ଅଧିକାରୀଭାବେ ବଦଳି କରାଯାଇଛି। ସିଏମ୍‌ସିର ଉପ-କମିସନର ଥିବା ମଧୁସ୍ମିତା ସିଂହ ସୁନ୍ଦରଗଡ଼ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ, ରାଉରକେଲା ମ୍ୟୁନିସିପାଲଟିର ସହ କମିସନର ଭାବେ ସୁକାନ୍ତ ଚନ୍ଦ୍ର ବେଉରା, ରାଜଗାଙ୍ଗପୁର ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ ଭାବେ ମେହଦିଓସ୍ ଲାକ୍ରା, ବାଲୁଗାଁ ଏନ୍‌ଏସିରର ନିର୍ବାହୀ ଅଧିକାରୀ ଭାବେ ପ୍ରମୋଦ କୁମାର ପାଢ଼ୀ, ହିନ୍ଦୋଳ ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ଆକୃତି ଗୋଏଙ୍କା, ବ୍ରଜରାଜନଗର ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀଭାବେ ଚନ୍ଦ୍ରମଣି ସ୍ବାଇଁଙ୍କୁ ନିଯୁକ୍ତ କରାଯାଇଛି।

ବଲାଙ୍ଗୀର ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀଭାବେ ବିପିନ ବିହାରୀ ଦୀପ ପୂର୍ବଭଳି କାର୍ଯ୍ୟ କରି‌ବେ। ତାଙ୍କର କବିସୂର୍ଯ୍ୟନଗର ଏନ୍‌ଏସିକୁ ନିର୍ବାହୀ ଅଧିକାରୀଭାବେ ବଦଳିକୁ ବାତିଲ କରି ଦିଆଯାଇଛି। ସେହିପରି ନିମାପଡ଼ା ଏନ୍‌ଏସିର ନିର୍ବାହୀ ଅଧିକାରୀ ଭାବେ ସତ୍ୟପ୍ରକାଶ ମିଶ୍ର, ରାଇରଙ୍ଗପୁର ଏନ୍‌ଏସିର ନିର୍ବାହୀ ଅଧିକାରୀଭାବେ ଧର୍ମେନ୍ଦ୍ର ଶତପଥୀ, ନୂଆପଡ଼ା ଏନ୍‌ଏସିର ନିର୍ବାହୀ ଅଧିକାରୀଭାବେ ଭୁବନ କୁମାର ଶତପଥୀ, ସ୍ବସ୍ତିକ ଜମାଦାରଙ୍କୁ କୋରାପୁଟ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ ସହିତ ସୁନାବେଡ଼ା ମ୍ୟୁନିସିପାଲଟିର ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର