ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ବିନୀ ସାହୁଙ୍କୁ ଶକ୍ତି ବିଭାଗକୁ ବଦଳି କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟଙ୍କୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ତାଙ୍କର କଟକ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଭବେଶ କୁମାର ନାୟକଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

Advertisment

ଢେଙ୍କାନାଳ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନଙ୍କୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଆରତୀ ସାହୁଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ, ବାଚସ୍ପତିଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଦୀନକୃଷ୍ଣ କରଙ୍କୁ ଅର୍ଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କୁ ଢେଙ୍ଗାନାଳ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ, ମହିଳା ଓ ଶିଶୁ ବିଭାଗର ଉପ ସଚିବ ନାରାୟଣ ଚନ୍ଦ୍ର ନାୟକଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ, କୋରାପୁଟର ପୂର୍ବତନ ବିଡିଓ ନରେନ୍ଦ୍ର ନାୟକଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ବାରିପଦା ପୌରପାଳିକାର ପୂର୍ବତନ ନିର୍ବାହୀ ଅଧିକାରୀ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦାର ଅତିରିକ୍ତ ଉପଜିଲ୍ଲାପାଳ, ଗଞ୍ଜାମର ଡେପୁଟି କଲେକ୍ଟର ରାଜ କିଶୋର ଜେନାଙ୍କୁ ବିଏମ୍‌ସିର ଡେପୁଟି କମିସନର୍‌ ଏବଂ ନରସିଂହପୁର ତହସିଲ୍‌ଦାର ଆଲୋକ କୁମାର ଦେହୁରୀଙ୍କୁ ଆଠଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।