ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ସ୍ତରରେ ଆଜି ଛୋଟଧରଣର ଅଦଳବଦଳ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି। ସେହିପରି ସୋନପୁର ଡିଆରଡିଏ ପିଡି ଦୋଳମଣି ପଟେଲ୍‌ଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ସୋନପୁରର ସବ୍‌ କଲେକ୍ଟର ନିହାର ରଞ୍ଜନ କହଁରଙ୍କୁ ଉକ୍ତ ଜିଲ୍ଲାର ଡିଆରଡିଏ ପିଡି, ସୋନପୁର ଡେପୁଟି କଲେକ୍ଟର ଇପ୍‌ଶିତା ପ୍ରିୟଦର୍ଶିନୀ‌ ମିଶ୍ରଙ୍କୁ ସେହି ଜିଲ୍ଲାର ସବ୍‌ କଲେକ୍ଟର ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର