ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ୍‌ ଅଧିକାରୀ କୈଳାଶ ଚନ୍ଦ୍ର ନାୟକଙ୍କୁ ପୁରୀ ଜିଲ୍ଲା ଏଡିଏମ୍‌ ଭାବେ ବଦଳି ହୋଇଛି। ଏହାସହ ଶ୍ରୀ ନାୟକ ଶ୍ରୀ ଜଗନ୍ନାଥ ମନ୍ଦିର ସୁରକ୍ଷା ଜୋନ୍‌ ବିକାଶ ପାଇଁ ହୋଇଥିବା ପୁନର୍ବାସ ଓ ପୁନଃ ଥଇଥାନ ପ୍ୟାକେଜର ଜମି ଅଧିଗ୍ରହଣ ଅଧିକାରୀ ଭାବେ କାର୍ଯ୍ୟ କରିବେ। ପୁରୀ ଏଡିଏମ୍ ଦିଲ୍ଲୀପ କୁମାର ମହାପାତ୍ର ପୁରୀରେ ଏଡିଏମ୍‌ (ପ୍ରୋଟୋକଲ୍‌) ଭାବେ କାର୍ଯ୍ୟ କରିବେ।

ସେହିପରି ପାନପୋଷ ଉପଜିଲ୍ଲାପାଳ ‌ଦୌଲତ ଚନ୍ଦ୍ରକାରଙ୍କୁ ମୟୂରଭଞ୍ଜ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କୁ ଟିଇ ଏବଂ ଏସ୍‌ସିଇଆର୍‌ଟିର ପ୍ରଶାସନିକ ଅଧିକାରୀ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ କଳାହାଣ୍ଡି ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ସମ୍ବଲପୁର ଡିଆରଡିଏର ଅତିରିକ୍ତ ପିଡି (ଆଡମିନ୍‌)ଙ୍କୁ ଢେଙ୍କାନାଳ ଜିଲ୍ଲା ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।

ସମ୍ବନ୍ଧିତ ଖବର