ଓଏଏସ୍‌ ସ୍ତରରେ ଅଦଳବଦଳ: ଜ୍ୟୋତିରଂଜନ ମିଶ୍ର ପ୍ରାଥମିକ ଶିକ୍ଷା ନିର୍ଦେଶକ

ଭୁବନେଶ୍ବର : ରାଜ୍ୟ ସରକାର ଶନିବାର ଦିନ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦେଶକ ଥିବା ଜ୍ୟୋତିରଂଜନ ମିଶ୍ର ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ହୋଇଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ୱାକ୍‌ଫ ବୋର୍ଡର ସର୍ଭେ କମିସନର ଓ ସିଇଓ(ଅତିରିକ୍ତ ଦାୟିତ୍ବ)ରେ ଥିବା ସୟଦ ଏମ୍‌ଡି ଅକ୍‌ଦାସଙ୍କୁ କଟକସ୍ଥିତ ଆରଡିସି କାର୍ଯ୍ୟାଳୟର ଚକବନ୍ଦୀ ବନ୍ଦୋବସ୍ତର ଅତିରିକ୍ତ କମିସନରଭାବେ ନିଯୁକ୍ତ କରାଯାଇଛି। କଟକ ଆରଡିସି ସଚିବ ଥିବା ତୁଷାରକାନ୍ତ ମହାନ୍ତିଙ୍କୁ ୱାକ୍‌ଫ ବୋର୍ଡର ସର୍ଭେ କମିସନର ସହିତ ୱାକଫ ବୋର୍ଡର ସିଇଓ ଓ ହଜ୍ କମିଟିର ନିର୍ବାହୀ ଅଧିକାରୀଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବାଲେଶ୍ବର ଏଡିଏମ୍‌ ଭାବେଶ କୁମାର ନାୟକଙ୍କୁ ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦେଶକ, ତାରିଣୀସେନ ନାୟକ ରାଜ୍ୟ ଅଧସ୍ତନ କର୍ମଚାରୀ ଆୟୋଗର ଯୁଗ୍ମ ସଚିବ, ଏସ୍‌ ଏଣ୍ଡ ଏମ୍‌ଇ ବିଭାଗର ଯୁଗ୍ମ ସଚିବଭାବେ ଦରିଦ୍ରଭଞ୍ଜନ ପାତ୍ର ନିଯୁକ୍ତ ହୋଇଛନ୍ତି। ବିନୋଦ କୁମାର ସେନାପତିଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ଯୁଗ୍ମ ନିର୍ଦେଶକ(ପ୍ରଶାସନ) ଓ ଦାଶରଥୀ ସରାବୁଙ୍କୁ ଗଜପତି ଜିଲ୍ଲା ନୂଆଗଡ଼ ତହସିଲଦାରଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର