ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜରେ ବଡ଼ଧରଣର ଅଦଳବଦଳ

ସମ୍ବଲପୁର : ଉତ୍ତରାଞ୍ଚଳ ପୁଲିସ୍‌ ରେଞ୍ଜ ଅନ୍ତର୍ଗତ ଜିଲ୍ଲା ଗୁଡ଼ିକରେ ଇନ୍‌ସପେକ୍ଟରସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ସମ୍ବଲପୁର ଜିଲ୍ଲାର ଏକାଥରକେ ୧୮ ଜଣ ଇନ୍‌ସପେକ୍ଟରଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି। ସେହିପରି ବଲାଙ୍ଗୀର ଜିଲ୍ଲାର ୧୧ ଜଣ, ଝାରସୁଗୁଡ଼ା ଜିଲ୍ଲାର ୧୦ ଜଣ, ବରଗଡ଼ ଜିଲ୍ଲାର ୧୧ ଜଣ, ସୁବର୍ଣ୍ଣପୁର ଜିଲ୍ଲାର ୬ ଜଣ ଇନ୍‌ସପେକ୍ଟରଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି।

ନିକଟରେ ସମ୍ବଲପୁରରେ ହୋଇଥିବା ହିଂସା ଓ ତା’ର ନିୟନ୍ତ୍ରଣରେ ପୁଲିସ୍‌ର ବିଫଳତା କାରଣରୁ ସରକାର ପ୍ରଥମେ ଏସ୍‌ପିଙ୍କୁ ବଦଳି କରିଥିବାବେଳେ ଏବେ ଜିଲ୍ଲାର ଅଧିକାଂଶ ଥାନା ଅଧିକାରୀଙ୍କୁ ବାହାର ଜିଲ୍ଲାର ବାଟ ଦେଖାଇଛନ୍ତି। ସମ୍ବଲପୁର ଜିଲ୍ଲାରୁ ବଲାଙ୍ଗୀରକୁ ବଦଳି ହୋଇଥିବା ଇନ୍‌ସପେକ୍ଟରମାନେ ହେଲେ ବସନ୍ତ ଦଳେଇ, ଅନିତା ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ବେହେରା, ଯାଜ୍ଞସେନୀ ନାୟକ, ବିଧୁଭୂଷଣ ମିଶ୍ର, ରାଜକୁମାର ବିଶ୍ବାଳ ଏବଂ ଅନିତା ପଟ୍‌ନିଆ। ସେହିପରି ରାଜେଶ୍ବରୀ ଭୋଇ, ଲୋକନାଥ ସାହୁ, ଯୋଗେଶ୍ବର ପଣ୍ଡା ଏବଂ ଶୋଭାଙ୍କର ସେଠ ସୁବର୍ଣ୍ଣପୁର ଜିଲ୍ଲାକୁ ଯିବେ। ସମ୍ବଲପୁରରୁ ବରଗଡ଼ ଜିଲ୍ଲାକୁ ବଦଳି ହୋଇଥିବା ଅଧିକାରୀମାନେ ହେଲେ ଜୟରଶ୍ମୀ ସେଠୀ, ପ୍ରଶାନ୍ତ ସାମଲ, ମମତା ନାଏକ, ବିଭୂତି ଭୂଷଣ ଦଳେଇ ଏବଂ ପ୍ରେମଜିତ ଦାସ। ଏହାଛଡ଼ା ସୁରୁବାବୁ ଛତ୍ରିଆ ଏବଂ ପ୍ରକାଶ କର୍ଣ୍ଣଙ୍କୁ ଝାରସୁଗୁଡ଼ା ଜିଲ୍ଲାକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର