ଭୁବନେଶ୍ବର : ରାଜ୍ୟ ସରକାର ଆଇପିଏସ ସ୍ତରରେ ଛୋଟଧରଣ ଅଦଳବଦଳ କରିଛନ୍ତି। ତିନି ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ନୂଆ ଦାୟିତ୍ବ ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୦ ବ୍ୟାଚ ଆଇପିଏସ୍ ଯତୀନ୍ଦ୍ର କାୟଲଙ୍କୁ ଆଇଜି ପ୍ରୋଭିଜନିଙ୍ଗ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଆଇଜି (ପର୍ସନେଲ) ଥିବା ୨୦୦୨ ବ୍ୟାଚ ଆଇପିଏସ୍ ପ୍ରବୀଣ କୁମାରଙ୍କ ଆଇନଶୃଙ୍ଖଳାକୁ ବଦଳି କରାଯାଇଛି। ଆଇଜି(ଏଚ୍ଆର୍ପିସି) ୨୦୦୩ ବ୍ୟାଚ ଆଇପିଏସ୍ ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଞ୍ଚ-୨ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଇପିଏସ୍ ସ୍ତରରେ ଅଦଳବଦଳ
/sambad/media/post_attachments/wp-content/uploads/2021/12/ips-caps.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)