ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟରତ ଆସୋସିଏଟ୍‌ ପ୍ରଫେସର ସ୍ତରରେ ଅଦଳ ବଦଳ କରିଛନ୍ତି। ଆଜି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲର ଆନାଟୋମି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା.ଗୋପବନ୍ଧୁ ମିଶ୍ରଙ୍କୁ କେନ୍ଦୁଝର ମେଡିକାଲ କଲେଜ, ଏସ୍‌ସିବି ମେଡିକାଲ ଫାର୍ମାକୋଲୋଜିର ଆସୋସିଏଟ୍‌ ପ୍ରଫେସର ଡା.ରାଜଶ୍ରୀ ସାମଲଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜ, ଏମ୍‌କେଜିସିର ଫାର୍ମାକୋଲୋଜିର ଆସୋସିଏଟ୍‌ ପ୍ରଫେସର ଡା.ରାଜେନ୍ଦ୍ର ପଣ୍ଡା, କେନ୍ଦୁଝର ମେଡିକାଲ କଲେଜ, ମାଇକ୍ରୋବାଇଓଲୋଜିର ଅସୋସିଏଟ୍‌ ପ୍ରଫେସର ଡା.ଏମ୍‌.ଭି ନରସିଂହନ ସୁନ୍ଦରଗଡ଼ ମେଡିକାଲ କଲେଜ, ଡା.ଶୁଭେନ୍ଦୁ ଆଚାର୍ଯ୍ୟଙ୍କୁ କେନ୍ଦୁଝର ମେଡିକାଲ ‌କଲେଜ, ଏସ୍‌ସିବିର ଜେନେରାଲ ମେଡିସିନ୍ ଆସୋସିଏଟ ପ୍ରଫେସର ଡା. ଏନ୍‌ଟି ମିଞ୍ଜଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜ, ଡା.ମଞ୍ଜୁଲତା ଦାଶଙ୍କୁ କେନ୍ଦୁଝର ମେଡିକାଲ କଲେଜ, ଏମ୍‌କେସିଜିର ଚର୍ମ ବିଭାଗ ଆସୋସିଏଟ ପ୍ରଫେସର ଡା.ସୁରଜିତ ନାୟକଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜ, ଡା.ତାପସ ରାଉତ, ଡା.ରାଜେଶ ଡୋରା, ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗର ଡା.ସତ୍ୟଜିତ ରାୟ ଓ ଡା.ସଂଘମିତ୍ରା ମହାପାତ୍ରଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ବଦଳି କରାଯାଇଛି।