ନୂଆପଡ଼ା : ରାଜ୍ୟ ସକକାରଙ୍କ ବିଜ୍ଞପ୍ତି ଅନୁସାରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ନୂଆପଡ଼ା ଜିଲ୍ଲାକୁ ହେମକାନ୍ତ ସାଏ ଜିଲ୍ଲାପାଳ ଭାବେ ଆସୁଛନ୍ତି। ଜିଲ୍ଲାରେ ପାଖାପାଖି ଏକ ବର୍ଷ ଆଠ ମାସ କାର୍ଯ୍ୟ କରିଥିବା ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାକୁ ବଦଳି ହୋଇଛି। ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ କାର୍ଯ୍ୟକାଳ ସମୟରେ ନୂଆପଡ଼ା ଜିଲ୍ଲାରେ କିଛି ପରିବର୍ତ୍ତନ ଆସିଥିଲା। ଶିକ୍ଷା ଉପରେ ଗୁରୁତ୍ବ ଦେବା ସହ ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ଯାଏ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ଭୟ କରୁଥିଲେ। ଦୁର୍ନୀତି ଘଟଣାରେ ରୋକ୍ ଲାଗାଇବାରେ ସେ ସଫଳ ହୋଇଥିଲେ। ଜିଲ୍ଲାରେ ସ୍କୁଲ ରୂପାନ୍ତରଣ ସହ ମାଓପ୍ରବଣ ଅଞ୍ଚଳର ଲୋକମାନଙ୍କୁ କିପରି ମୌଳିକ ସୁବିଧା ମିଳିବ ସେଥିପ୍ରତି ପ୍ରାଥମିକତା ଦେଉଥିଲେ। ଦୁର୍ଗମ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନେଇଥିଲେ। ଲୋକମାନଙ୍କ ପାଇଁ ଗ୍ରାମୀଣ ବଜାର ଆରମ୍ଭ କରିଥିଲେ।
/sambad/media/post_attachments/wp-content/uploads/2022/06/Swadha-Devi-Singh-300x199.jpg)
ଚଳିତ ବର୍ଷ ଆପ୍ରେଲ ୨୦ ତାରିଖ ସ୍ବଧାଦେବ ସିଂ ମାଓପ୍ରବଣ ବୋଡ଼େନ ବ୍ଲକ ପାଟଦରା ଯାଇ ସେଠାରେ ବସବାସ କରୁଥିବା ଆଦିବାସୀଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ। ସମସ୍ୟାର ତୁରନ୍ତ ସମାଧାନ କିପରି ହୋଇପାରିବ ସେନେଇ ଗୁରୁତ୍ବ ଦେଉଥିଲେ। ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ କରୋନା ଦ୍ବିତୀୟ ଲହରରେ ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାର ବିଶେଷ ଭୂମିକା ରହିଥିଲା। କୋରାପୁଟ ଡିଆର୍ଡିଏ ପିଡି ଭାବେ କାର୍ଯ୍ୟରତ ହେମକାନ୍ତ ସାଏ ନୂଆପଡ଼ା ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଆସୁଥିବାରୁ ମାଓ ମୁକାବିଲା ତଥା ଆଦିବାସୀଙ୍କ ସମସ୍ୟାର ସମାଧାନ ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hemakanta-sai.jpg)