ଓଏଏସ୍‌ ଏବଂ ଓଆର୍‌ଏସ୍‌ ସ୍ତରରେ ଅଦଳବଦଳ

ବିଜ୍ଞପ୍ତି ଜାରି କଲା ଗୃହ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର : କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଖାଲି ପଡ଼ିଥିବା ଅଧିକାରୀ ପଦବି ପୂରଣ ପାଇଁ ଓଏଏସ୍‌, ଓଆର୍‌ଏସ୍‌ ଏବଂ ଓମାସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏ ନେଇ ଆଜି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ଆସିକା ଅତିରିକ୍ତ ତହସିଲଦାର ଥିବା ଓଆର୍‌ଏସ୍‌ ଅଧିକାରୀ ଆଶୁତୋଷ ଗୌରବ କର ଭଞ୍ଜନଗର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ। ସେହିପରି କଙ୍କଡ଼ାହାଡ଼ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଓଆର୍‌ଏସ୍‌ ମାନସ କୁମାର ଦଣ୍ଡପାଟଙ୍କୁ କବିସୂର୍ଯ୍ୟନଗର ବିଜ୍ଞାପିତ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ବାଲିକୁଦାରେ ଅତିରିକ୍ତ ତହସିଲଦାର ଥିବା ଓଆର୍‌ଏସ୍‌ ଦେବୀ ପ୍ରସାଦ ରାଉତଙ୍କୁ ଭଦ୍ରକ ମୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଓଏଏସ୍‌ ବିଚିତ୍ର ନାୟକଙ୍କୁ ଯୋଡ଼ା ମୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଥିବା ଓଆର୍‌ଏସ୍‌ ଶ୍ରୀକୁମାର ରଥଙ୍କୁ ବିନିକା ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ୍‌ କଲେକ୍ଟର୍‌ ଥିବା ଓଆର୍‌ଏସ୍‌ ରାକେଶ କୁମାର ଅଗ୍ରଓ୍ବାଲଙ୍କୁ ସମ୍ବଲପୁର ମହାନଗର ନିଗମର ଆସିଷ୍ଟାଣ୍ଟ୍‌ କମିସନର ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ବହଳଦା ଅତିରିକ୍ତ ତହସିଲଦାର ଥିବା ଓଆର୍‌ଏସ୍‌ ମାଧବ ଚନ୍ଦ୍ର ବିରୁଆଙ୍କୁ କୋଣାର୍କ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଯାଜପୁର ମୁନିସିପାଲଟିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଓଏଏସ୍‌ ଅଜୟ କୁମାର ମହାନ୍ତିଙ୍କୁ କଟକ ମହାନଗର ନିଗମର ଡେପୁଟି କମିସନର ଭାବେ ଅବସ୍ଥାପିତ କରାଯାଇଛି। ଭେଡ଼େନ୍‌ ଅତିରିକ୍ତ ତହିସିଲଦାର ଥିବା ଓଆର୍‌ଏସ୍‌ ନାରାୟଣ ଦଣ୍ଡସେନାଙ୍କୁ ବରଗଡ଼ ମୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେଠାରେ ଏବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ତଥା ଓଏଏସ୍‌ ରାଜେଶ କୁମାର ସାହୁ ଓ ଜଗତସିଂହପୁର ମୁନିସିପାଲଟିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଓଏଏସ୍‌ ଅଧିକାରୀ ବିମଳ କୁମାର ଲେଙ୍କାଙ୍କୁ ସେମାନଙ୍କ ମୂଳ ବିଭାଗକୁ ଫେରେଇ ଅଣାଯାଇଛି।

କୋରାପୁଟରେ ଆସିଷ୍ଟାଣ୍ଟ୍‌ କଲେକ୍ଟର୍‌ ଭାବେ କାର୍ଯ୍ୟରତ ଓଆର୍‌ଏସ୍‌ ଅଶୋକ କୁମାର କରଣଙ୍କୁ ଜଗତସିଂହପୁର ମୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ବେଲଗୁଣ୍ଠା ବିଜ୍ଞାପିତ ପରିଷଦର ପୂର୍ବତନ ଓଏସ୍‌ଡି ଥିବା ଓଆର୍‌ଏସ୍‌ ନରେନ୍ଦ୍ର ପ୍ରଧାନଙ୍କୁ ରାଉରକେଲା ମହାନଗର ନିଗମର ଆସିଷ୍ଟାଣ୍ଟ୍‌ କମିସନର ଭାବେ ଅବସ୍ଥାପିତ କରାଯାଇଛି। ଉମରକୋଟ ମୁନିସିପାଲଟିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଓଆର୍‌ଏସ୍‌ ଉପେନ୍ଦ୍ର ଦୀପଙ୍କୁ ତାଙ୍କ ମୂଳ ବିଭାଗକୁ ଫେରେଇ ଅଣାଯାଇଥିବାବେଳେ ତାଙ୍କ ସ୍ଥାନରେ ନୂଆପଡ଼ା ଏନ୍‌ଏସିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଓଆର୍‌ଏସ୍‌ ଅଧିକାରୀ ରାମଚନ୍ଦ୍ର ମାଝୀଙ୍କୁ ଉମରକୋଟ ମୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ୍‌ କଲେକ୍ଟର ଭାବେ କାର୍ଯ୍ୟରତ ଓଆର୍‌ଏସ୍‌ ପ୍ରାଣନାଥ ସେଠୀଙ୍କୁ ଗୋପାଳପୁର ଏନ୍‌ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି। ଏବେ ସେଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଉମା ଶଙ୍କର ସେଠୀଙ୍କୁ କୋଟପାଡ଼ ଏନ୍‌ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି କୋଟପାଡ଼ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବା ଆଲୋକ ସାମନ୍ତରାୟଙ୍କୁ କୋରାପୁଟ ମୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି।

ଓଡ଼ିଶା ମୁନିସିପାଲ ପ୍ରଶାସନ ସେବା ଅନ୍ତର୍ଗତ ଭଞ୍ଜନଗର ଏନ୍‌ଏସିର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବା ଓମାସ୍‌ ସତ୍ୟ ପ୍ରକାଶ ମିଶ୍ରଙ୍କୁ ଭୁବନେଶ୍ବର ସ୍ଥିତ ଭାଲୁଏସନ୍‌ ସଂସ୍ଥାର ଆସିଷ୍ଟାଣ୍ଟ୍‌ ଭାଲୁଏସନ୍‌ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ଶ୍ରୀ ମିଶ୍ର ଓଡ଼ିଶା ଅର୍ବାନ୍‌ ଇନଫ୍ରାଷ୍ଟ୍ରକ୍‌ଚର୍‌ ଡେଭଲପ୍‌ମେଣ୍ଟ୍‌ ଫଣ୍ଡ୍‌ (ଓୟୁଆଇଡିଏଫ୍)ର ପ୍ରାଶାସନିକ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେହିପରି କବିସୂର୍ଯ୍ୟନଗର ଏନ୍‌ଏସିର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବା ଓମାସ୍‌ ଅଧିକାରୀ ବଳୟ କୁମାର ଦେହୁରୀଙ୍କୁ ଭବାନୀପାଟଣା ମୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର