ଭୁବନେଶ୍ବର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସର୍ ସ୍ତରରେ ଆଜି ଅଦଳବଦଳ କରିଛନ୍ତି। ବିଏମ୍ସିର ଅତିରିକ୍ତ କମିସନର୍ ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା ବେଳେ ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କୁ ରାଜସ୍ବ ଅଧିକାରୀ ତାଲିମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। କୃଷି ବିଭାଗର ଅତିରିକ୍ତ ସଚିବଙ୍କ ବନାନୀ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗର ସିଡିଆଇ, ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଦୁର୍ବାଦଳ ମେହେରଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ, ଖୋର୍ଦ୍ଧା ଏଲ୍ଏଓ(ଏନ୍ଏଚ୍) ଶ୍ରବାଣୀ ପଟ୍ଟନାୟକଙ୍କୁ ଓରେରାର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।
ଯାଜପୁର ଉପଜିଲ୍ଲାପାଳ ନାରାୟଣ ଧଳଙ୍କୁ ବିଏମ୍ସି ଯୁଗ୍ମ କମିସନର୍, ଦେବଗଡ଼ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ପଟେଲଙ୍କୁ ଭବାନୀପାଟଣାର ଅତିରିକ୍ତ ଉପ ଜିଲ୍ଲାପାଳ, ସୁନ୍ଦରଗଡ଼ ଡିଆର୍ଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବରଞ୍ଜନ ରଥଙ୍କୁ ଅନୁଗୁଳ ଡିଆର୍ଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଭୂ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କୁ ଗେଲ୍(ଇଣ୍ଡିଆ) ଲିମିଟେଡ୍, ଭୁବନେଶ୍ବରର ପ୍ରାଧୀକୃତ ଅଧିକାରୀ, ଗେଲ୍ର ପ୍ରାଧିକୃତ ଅଧିକାରୀ ଥିବା ଶରତ ଚନ୍ଦ୍ର ବେହେରାଙ୍କୁ ଯାଜପୁର ଉପଜିଲ୍ଲାପାଳ, ପାଲଲହଡ଼ା ବିଡିଓ ରବି ନାରାୟଣ ମାଝୀଙ୍କୁ ଆଇଜିଆଇଟି ସାରଙ୍ଗର କୁଳସଚିବ ଏବଂ ଜଟଣୀର ପୂର୍ବତନ ବିଡିଓ ବାସୁଦେବ ମାହାରୀଙ୍କୁ ଦେବଗଡ଼ ଡିଆର୍ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ଭାବେ ନିଯୁକ୍ତି ମିଳିଛି।
ବିଭିନ୍ନ ସ୍ଥାନରେ ବିଡିଓ ଭାବେ କାର୍ଯ୍ୟରତ ଥିବା ତିନି ଜଣ ଓଏଏସ୍ ଅଫିସର୍ଙ୍କୁ ଜଳସମ୍ପଦ ବିଭାଗକୁ ବଦଳି କରାଯାଇଛି। ସେମାନେ ହେଲେ ଅଲ୍ବର୍ଟ ଲାକ୍ରା, ରାଜେନ୍ଦ୍ର ମାଝୀ ଓ ଲୁକାସ ପ୍ରଧାନ। ସେମାନଙ୍କୁ ଜଳସମ୍ପଦ ବିଭାଗରେ ସ୍ବତନ୍ତ୍ର ଏଲ୍ଏଓ/ପିଡି (ଆର୍ ଆଣ୍ଡ୍ ଆର୍) ଭାବେ ନିଯୁକ୍ତି ଦିଆଯିବ।
ପଦୋନ୍ନତି ପରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପ ସଚିବ ବିଥିକା ସ୍ବାଇଁଙ୍କୁ ସେହି ବିଭାଗର ଯୁଗ୍ମ ସଚିବ, କୁଚିଣ୍ଡାର ଉପଜିଲ୍ଲାପାଳ ବିଶ୍ବରଞ୍ଜନ ନାୟକଙ୍କୁ କନ୍ଧମାଳ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ତୁମୁଡ଼ିବନ୍ଧ ବିଡିଓ ଅଗସ୍ତ୍ୟ ପ୍ରଧାନଙ୍କୁ ନୂଆପଡ଼ାର ଅତିରିକ୍ତ ଜିଲ୍ଲାପାଳ ଓ ବାରିପଦାର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ଦେବଗଡ଼ ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳସଚିବ ସହଦେବ ସମାଢ଼ିଆ ଓ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍ର ସଚିବ ସୋନିଆ ବେହେରାଙ୍କୁ ପଦୋନ୍ନତି ଦିଆଯାଇଥିଲେ ମଧ୍ୟ ସେମାନେ ନିଜ ନିଜ ପଦବିରେ କାର୍ଯ୍ୟ ଜାରି ରଖିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/secretariate.png)