ମାଲକାନଗିରି : ୫କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭାଗ ପକ୍ଷରୁ ଆମ୍ବାଗୁଡ଼ା ଜଙ୍ଗଲରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଏହି ଜଙ୍ଗଲରେ ପ୍ରାୟ ୩୨ ଏକର ସରକାରୀ ଜମିରେ ଗଞ୍ଜେଇ ଚାଷ କରାଯାଇଥିଲା। ୪୪ ହଜାର ୮୦୦ ଗଞ୍ଜେଇ ଗଛକୁ ପୋଡ଼ି ଦିଆଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫କୋଟି ଟଂକା ହେବ ବୋଲି କୁହାଯାଉଛି। ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ନିୟମିତ ଭାବେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିପୁଳ ପରିମାଣରେ ଚୋରା ଚାଲାଣ ହେଉଛି। ଶହ ଶହ କୋଟି ଟଙ୍କାର ଗଞ୍ଜେଇ କାରବାରକୁ ରୋକିବା ପାଇଁ ଗତ କିଛି ମାସ ହେଲା ପୁଲିସ ଏବଂ ଅବକାରୀ ବିଭାଗ ଉଦ୍ୟମ ଜାରି ରଛିଛି।

ସମ୍ବନ୍ଧିତ ଖବର